centurian jitm

ସାହିତ୍ୟ କୁଟୁମର ବଛରକିଆ ତହଁକ ତିହାର ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସାଗରପଡା କ୍ଳବଠାରେ ତହଁକ ସାହିତ୍ୟ କୁଟୁମର ବଛରକିଆ ଉଚ୍ଛବ ତହଁକ ତିହାର ୧୫ ଓ ୧୬ ଦୁଇ ଦିନ ଧରି ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ୧୫ ତାରିଖ ହୋଇଥିବା ଆଳୋଚନା ଚକ୍ର “କୋଶଲି କଳା ଆର୍ ସାହିତ୍ୟର ସ୍ଥିତି କେନ୍ ଆଡେ ” ଆଳୋଚନା ଚକ୍ରରେ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଯୋଷୀ, କବି ଆନନ୍ଦ ଚନ୍ଦ୍ର ସାହୁ , ନେପାଳ ଚନ୍ଦ୍ର ବାଗ୍ ନିଜ ନିଜ ବକ୍ତବ୍ୟ ରଖିଥିଲେ । ଦ୍ୱିତିୟ ଅଧିବେସନ ପିରତି ଫଗୁନ କବିତା ଆସରରେ କବି ଦିଗାମ୍ବର ନାଏକ, ଜଗବନ୍ଧୁ ପଟେଲ୍, କପିଳେଶ୍ଵର ଖମାରୀ ମଞ୍ଚାସୀନ ଥିଲେ । କବି ଧର୍ମେନ୍ଦ୍ର ପ୍ରଧାନ ଓ ଶ୍ରଦ୍ଧା ନାଏକ୍ ସଂଯୋଜନା କରିଥିଲେ । ୧୬ ତାରିଖ ତହଁକ ତିହାର କାର୍ଯ୍ୟକ୍ରମରେ ପ୍ରଥମେ ମାଁ ପାଟଣେଶ୍ୱରୀ ଏବଂ ସମଲେଶ୍ୱରୀଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । କବି ରାଜିବ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ସମାଜସେବୀ ସୁଶିଳ କୁମାର ଗୁରୁ ସମ୍ମାନିତ ଅତିଥି କଣ୍ଠଶିଳ୍ପୀ ଶାଶ୍ୱତ ତ୍ରିପାଠୀ, ଶୁଭ୍ରାଂଶୁ ପଟେଲ୍, ଗୟାଧର ପଟେଲ୍, ମଧୂସୁଦନ ଦାସ୍, ଗୋପୀନାଥ ଦଣ୍ଡସେନା ମଞ୍ଚାସୀନ ଥିଲେ । ଏ ବର୍ଷ ତହଁକ ସମ୍ମାନ କୋସଲି କବି ନିରଞ୍ଜନ ପଣ୍ଡା, ତହଁକ କଳା ସମ୍ମାନ ନବୀନ କୁଅଁର, ତହଁକ ସମାଜ ସେବା ସମ୍ମାନ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ, ସଂଗଠକ ସମ୍ମାନ ଟିକେଲାଲ ବେହେରା, ତହଁକ ପ୍ରକୃତି ପ୍ରେମୀ ସମ୍ମାନ ଦିଗାମ୍ବର ନାଏକଙ୍କୁ ପ୍ରଦାନ କରାଯାଇଥିଲା । ଅତିଥିମାନଙ୍କ ଦ୍ଵାରା ତହଁକ୍ ପତ୍ରିକା ଉନ୍ମୋଚିତ ହୋଇଥିଲା । ରବିନ୍ଦ ଦାସ, ଅଶୋକ ମେହେର, ତରଭା କବି କୁଟୁମ୍‌କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ମୁଦଳସରର ହୁମୋ ବଉଳି ଏବଂ ସମାରୁ ମହାନନ୍ଦଙ୍କ ଘୁଡୁକା ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଦ୍ୱିତିୟ ଅଧିବେସନ କୋଶଲି କବିତା ଆସରରେ କବି ସୁଶାନ୍ତ ବାଗ୍, ଗୋପାଳ ମେହେର, ଶାନ୍ତନୁ ପଣ୍ଡା ଅତିଥିଭାବେ ମଞ୍ଚାସୀନ ଥିଲେ । କବିତା ଆସରକୁ କବି ଦିଲ୍ଲିପ ମିଶ୍ର, ଜ୍ୟୋତିରାଣୀ ମିଶ୍ର, ଆଲ୍ଲାଦିନୀ ପାଣିଗ୍ରାହୀ ଦାସ୍ ସଂଯୋଜନା କରିଥିଲେ । ସଂପାଦକ ରାଜେଶ ଦଣ୍ଡସେନା ଉଦ୍ଧେଶ୍ୟ ଜ୍ଞାପନ କରିଥିବା ବେଳେ ମୂଖ୍ୟ ସଂପାଦକ ଅର୍ଜୁନ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶ୍ରିୟାକାଂତ ଦାସ, ଗିରିସ ପାତ୍ର, ଅଭିଜିତ ଫରିକାର, ନିକିତା ସା, ମାନସୀ ସାହୁ, ସାଲିନି ସା, କବିତା ମିଶ୍ର, ଜୋତିରାଣୀ ମିଶ୍ର, ରୋଶନ ସାହୁ, ଭରତ ମେହେର, ବାସନ୍ତୀ ମଞ୍ଜରୀ ହନୁମାନ, ପୁଷ୍ପାଞ୍ଜଳି ମେହେର, ଗୀତାଞ୍ଜଳି ମିଶ୍ର, ଶ୍ରଦ୍ଧାଞ୍ଜଳି ମିଶ୍ର, ତୃପ୍ତିମୟୀ ତ୍ରିପାଠୀ, ଅରୁଣୀ ତ୍ରିପାଠୀ, ଭବାନୀ ମିଶ୍ର, ବିବେକ ପ୍ରଧାନ । ସଂଧ୍ୟାରେ ବ୍ୟଙ୍ଗ କବିତା ଆସର୍ ହୋଇଥିଲା ଏହି ଅବସରରେ ଦିଲିପ ମହାନ୍ତି, ଭରତ ନାଏକ, ରବିଚନ୍ଦ୍ର ସାହୁ, ଯଶୋବନ୍ତ କୁମ୍ଭାର ଯୋଗଦେଇ ଦର୍ଶକଙ୍କୁ ହାସ୍ୟ କବିତାରେ ହସର ଖୁରାକ ଯୋଗାଇଥିଲେ । ଶେଷରେ ମିଲନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.