ଛାତ୍ରୀ ଆତ୍ମରକ୍ଷା ଶିବିର ଉଦ୍‌ଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଗୁରୁଣ୍ଡିଆ ଡିଗ୍ରୀ ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଠଦିନ ବ୍ୟାପୀ ଚାଲିଥିବା ଛାତ୍ରୀ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଉଦ୍‌ଯାପିତ ହୋଇାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ବନ ବିହାରୀ କିଷ।ନଙ୍କ ଅଧ୍ୟକ୍ଷତାରେ ହୋଇଥିବା ଉଦଜାପନୀ ଦିବସରେ କାର୍ଯ୍ୟକ୍ରମର ସଂଯୋଜିକା ଅଧ୍ୟାପିକା ଶତାବ୍ଦୀ ସୁନିଧୀ ଜେନା କାର୍ଯ୍ୟକ୍ରମ ମାଧ୍ୟମରେ ଦିଆଯାଇଥିବା ପ୍ରଶିକ୍ଷଣ ଓ ଏହାର ଗୁରୁତ୍ଵ ଉପଲବ୍ଧି କରି ଏହାର ସଦ୍ଉପଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ । ଅଧ୍ୟାପିକା ସାଲିମା ମିଞ୍ଜ, ପ୍ରିୟା ଏନ୍ ରାଉଳ, ଅଧ୍ୟାପକ ଆଶିଷ ଖମାରୀ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ । ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଶିକ୍ଷିକା ଦ୍ରୋପଦୀ ଦାସ ଏହି ଅବସରରେ ଉପସ୍ଥିତ ଥିଲେ । ଉଦ୍‌ଯାପନୀ ଉପଲକ୍ଷେ ପ୍ରଶିକ୍ଷଣ ପାଇଥିବା ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ମହାବିଦ୍ୟାଳୟର କର୍ମଚାରୀ ଜଗଦୀଶ ବାଡା, ସୁଦର୍ଶନ ତିଗ୍ଗା ଚତୁର୍ଭୁଜ ସିଂହ ପ୍ରମୁଖ ଏହି ପ୍ରଶିକ୍ଷଣ ଶିବିରରେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.