ସକମା ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବ୍ଲକ ସକମା ପ୍ରାଥମିକ ବିଦ୍ୟାଳୟ ଠାରେ ସ୍କୁଲର ପ୍ରଧାନ ଶିକ୍ଷକ ରାଜ କୁମାର ବରାଡଙ୍କ ସଭାପତିତ୍ୱରେରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଅଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଆଚାର୍ଯ୍ୟ କୃଷ୍ଣଦେବ ଶାସ୍ତ୍ରୀ, ମୁଖ୍ୟ ବକ୍ତା ଭାବରେ ଉତ୍କଳ ଗ୍ରାମୀଣ ବ୍ୟାଙ୍କର ଅବସରପ୍ରାପ୍ତ ଅଫିସର ବାଗ୍ମୀ ଆଶୁତୋଷ ମିଶ୍ର ଏବଂ ପ୍ରମୁଖ ଅତିଥି ଭାବରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ପ୍ରଦୀପ ଖମାରି , ପରିଚାଳନା କମିଟିର ସଭାପତି ସାନନ୍ଦ ଜୁଆଡ଼ି, ଉଜଉଉ ରାଜ କୁମାର ରଣା , ଆରତୀ ସାହୁ, ବିଜୟ ସାହୁ, ଇନ୍ଦୁ ଭୂଷଣ ରଣା ବକ୍ତବ୍ୟ ପ୍ରଦାନ କରିଥିଲେ । ସ୍କୁଲର ଶିକ୍ଷୟତ୍ରୀ ଯମୁନା ପଧାନ ସ୍ୱାଗତ ସମ୍ବର୍ଦ୍ଧନା ଓ ଅହଲ୍ୟା ଖଟୁଆ ବିବରଣୀ ପଠନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ପୁରସ୍କାର ବିତରଣ ରେ ସହଯୋଗ କରିଥିଲେ । ଛାତ୍ରଛାତ୍ରୀଙ୍କ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସ୍କୁଲର ଛାତ୍ରଛାତ୍ରୀ ଓ ଗ୍ରାମବାସୀ ଉପଭୋଗ କରିଥିଲେ ।

Leave A Reply

Your email address will not be published.