ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଭାରତୀୟ ଜନତା ପାର୍ଟି ଜଗଦଲପୁର ମଣ୍ଡଳର କୁମୀର ଗ୍ରାମ ଠାରେ ଜଗଦଲପୁର ପୂର୍ବତନ ମଣ୍ତଳ ସଭାପତି ହରେକୃଷ୍ଣ ପଟେଲଙ୍କ ଅଧ୍ୟକ୍ଷତାରେ ପଦ୍ମପୁର ବିଧାନସଭା ସ୍ତରୀୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ମୁଖ୍ୟ ବକ୍ତା ବିଜେପି ବିଧାୟ ପ୍ରାର୍ଥୀ ଗୋବର୍ଦ୍ଧନ ଭୋଇ ଓ ସମ୍ମାନୀୟ ଅତିଥି ଜିଲ୍ଲା ସଭାପତି ଅରୁପା ସାହୁ, ପୂର୍ବତନ ଯୁବ ମୋର୍ଚ୍ଚା ସଂପାଦକ ପ୍ରୀତେଶ ବହିଦାର, ଶ୍ରୀ ସରୋଜ ସାମଲ, ଡଃ ମୋହନ ନାୟକ, ହରିହର ସାହୁ, ଦୁର୍ଗାପ୍ରସାଦ ଅଗ୍ରୱାଲ, ବରିକେଲ ଜିଲ୍ଲା ପରିଷଦ ସଦସ୍ୟ ସରସ୍ୱତୀ ସାହୁ, ବରିକେଳ ସରପଞ୍ଚ ଉପସ୍ଥିତ ଥିଲେ । ଜଗଦଲପୁର ମଣ୍ଡଳ ସଭାପତି କ୍ଷୀରସାଗର ସାହୁଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିବା ସଙ୍ଗେ ସଙ୍ଗେ ପଦ୍ମପୁର ବିଧାନସଭା କ୍ଷେତ୍ରର ଲଖମରା ମଣ୍ଡଳ ସଭାପତି ଟୁନା ଦଣ୍ଣ୍ଡସନା, ପାଇକମାଲ ସଭାପତି ଅକ୍ଷୟ ପ୍ରଧାନ ଓ ଦହିତା ମଣ୍ଡଳ ସଭାପତି ଜନକ ସାହୁଙ୍କୁ ଓ ଜଗଦଲପୁର ମଣ୍ଡଳର ଶକ୍ତିକେନ୍ଦ୍ର ପ୍ରମୁଖ ଭାବେ ମନୋଜ ପ୍ରଧାନ,ସୁଶାନ୍ତ ସାହୁ, ସନ୍ତୋଷ ପ୍ରଧାନ, ଘନଶ୍ୟାମ ନାୟକ, ଦିନେଶ ପଟେଲ, ଲଲିତ ପଟେଲ, ଏବଂ ଗଣେଶ ସାହୁଙ୍କୁ ମଧ୍ୟ ଅତିଥିଙ୍କ ଦ୍ଵାରା ସମ୍ବର୍ଦ୍ଧନା ଜ୍ଞାପନ କାରାଯାଇଥିଲା । ବୈଠକରେ ଜିଲ୍ଲା କମିଟି ଦ୍ୱାରା ଅନୁମୋଦିତ ହୋଇଥିବା ସମସ୍ତ ମୋର୍ଚ୍ଚା ପ୍ରମୁଖ ଓ ବୁଥ ପ୍ରମୁଖଙ୍କ ନାମ ସଂପାଦକ ଉପସ୍ଥାପନ କରିଥିଲେ ।ସମସ୍ତ ନୂତନ କାର୍ଯ୍ୟକର୍ତ୍ତାଙ୍କୁ ମଣ୍ଡଳ ତରଫରୁ ସ୍ୱାଗତ ଓ ଶୁଭେଚ୍ଛା ଜଣାଇ ଆଗାମୀ ଦିନରେ ନିଷ୍ଠାର ସହ ସଂଗଠନ କାର୍ଯ୍ୟ କରିବାକୁ ଜିଲ୍ଲା ସଭାପତି ଅରୁପା ସାହୁ ତାଙ୍କ ଅଭିଭାଷଣରେ ଉତ୍ସାହିତ କରିଥିଲେ । ବରଗଡ଼ ସାଂସଦ ଜଗଦଲପୁର ମଣ୍ଡଳର ସଭାପତି ସଂପାଦକ ଓ ପୁରା ଟିମକୁ ସଫଳ ମଣ୍ଡଳ ଭାବେ ପ୍ରତିପାଦନ କରିଥିବାରୁ ସାଧୁବାଦ ଜଣଇ ଥିଲେ । ଗୋବର୍ଦ୍ଧନ ଭୋଇ ଏକଜୁଟ ହୋଇ ସମସ୍ତେ କାର୍ଯ୍ୟ କରିବାକୁ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ ଜଣାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବହୁ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।ମଣ୍ଡଳର ସାଧାରଣ ସଂପାଦକ ପଦ୍ମନ ରଣା ମଞ୍ଚ ପରିଚାଳନା କରିଥିଲେ ।
Next Post