jsm

ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା

csstore

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୋମବାର ଦିନ ଅନ୍ଧାରିବାଞ୍ଜି ଉଚ୍ଚପ୍ରାଥମିକ ବିଦ୍ୟାଳୟ ଠାରେ ମୁଖ୍ୟ ଅଥିତି ରୂପେ ଡୁଙ୍ଗୁରିପାଲିର ଗୋଷ୍ଠୀ ଶିକ୍ଷା ଅଧିକାରୀ ଗଣେଶ କିଷାନ ଯୋଗଦାନ କରି “ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳାକୁ ଉଦଘାଟନ କରିବା ସହ କର୍ମ ଶାଳାର ଉଦ୍ଦେଶ୍ୟ ବିଷୟରେ ଉପରେ ଆଲୋଚନା କରିଥିଲେ । ଅନ୍ଧାରିବାଞ୍ଜି ସାଧନ ସଂଯୋଜକ ଚିତ୍ତରଞ୍ଜନ ଠାକୁର ତତ୍ତ୍ଵାବଧାନରେ କ୍ଲଷ୍ଟର ୧୦ଟି ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ଦ୍ଵାରା ଶ୍ରେଣୀ ଅନୁଯାୟୀ ଶିକ୍ଷଣ ସାମଗ୍ରୀ ତିଆରି କରାଯାଇ ବିଦ୍ୟାଳୟରେ ସେଗୁଡିକର ବ୍ୟବହାର ସମ୍ପର୍କରେ ଆଲୋଚନା ହୋଇଥିଲା । କଳା ଶିକ୍ଷକ ଶ୍ୟାମକୁମାର କଅଁର, ଅନିଲ ଭୋଇ, ପ୍ରତିମା ପଣ୍ଡା, ଚନ୍ଦ୍ରାବତୀ ମେହେର, ରେନୁକା ପାତ୍ର, ରାଜକେତନ ସୁନା, ଆର୍ତ୍ତତ୍ରାଣ ଓତା, ଉତ୍କଳ ସାହୁ, ରାଜକୁମାର ଭୁଏ, ସୁରେନ୍ଦ୍ର ଅଦାବର, ହୃଷିକେଶ ବରିହା ମିଳିତ ସହଯୋଗରେ ୬୨ ଟି ଶିକ୍ଷଣ ସାମଗ୍ରୀ ତିଆରି କରିଥିଲେ ।

yuvodaya
Leave A Reply

Your email address will not be published.