jsm

୧୬ କଫ ସିରଫ ଜବତ, ଜଣେ ମହିଳା ଗିରଫ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ପୁଲିସ ୧୬ ଗୋଟି କଫ ସିରଫ ଜବତ କରିବା ସହ ଜଣେ ମହିଳାଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ମହିଳା ଜଣଙ୍କ ହେଲେ ପାଇକମାଲ ଶକ୍ତିନଗର ପଡାର ଲିଲି ରାଓ(୨୮) ସ୍ୱାମୀ ଦୀନେଶ ରାଓ । ସୂଚନା ଅନୁସାରେ ଆଜି ଏସ୍‌ଆଇ ଓ ପୁଲିସ କର୍ମଚାରୀ ମିଳିତ ଭାବେ ଅଭିଯୁକ୍ତ ମହିଳା ଜଣଙ୍କ କଫ ସିରଫ ବ୍ୟବସାୟ ଚଳାଇଥିବା ଖବର ପାଇ ପୁଲିସ ଚଢାଉ କରି ମହିଳାଙ୍କୁ ଗିରଫ କରିବା ସହ ୧୬ କଫ ସିରଫ, ଏକ ଲିଟର ପ୍ଳାଟିକ ବ୍ୟାବି ଟାର ମଦ ବୋତଲ, ୨ଟି ମୋବାଇଲ, ନଗଦ ୩୮୯୬୦ ଟଙ୍କା ଓ ଏକ ବ୍ୟାଗ ଜବତ କରିଛି । ପୁଲିସ କେସ ନଂ ୫୪ ୟୁଏସ୍‌ ୨୭୬,୨୭୭, ୧୧୨(୨) ବିଏନ୍‌ଏସ୍‌ରେ ଏକ ମାମଲା ରୁଜ୍ଜୁ କରି ମହିଳା ଜଣଙ୍କୁ କୋର୍ଟ ଚାଲାଣ କରିଥିଲା । ସେଠାରେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ କୈଳାଶ ଚନ୍ଦ୍ର ପ୍ରଧାନ ଏକ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି ।

yuvodaya
Leave A Reply

Your email address will not be published.