ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର କଚେରୀ ପରିସର ମଧ୍ୟରେ ସିରଜିନା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଭୋଜରାଜ ବୁଡ଼େକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସିରଜିନା ମହୋତ୍ସବ ଆସନ୍ତା ଏପ୍ରିଲ ମାସର ୩ ତାରିଖରେ ଭେଉଁରିଆ ଗ୍ରାମରେ ହେବ ବୋଲି ସ୍ଥିର କରାଯାଇଥିଲା । ଉକ୍ତ ଦିନ କବିତା ପାଠ, ଆଲୋଚନା ଚକ୍ର, ନୃତ୍ୟ, ନାଟକ କରାଯିବ ବୋଲି ଆଲୋଚନା ହୋଇଥିଲା । ଶ୍ରୀ ନିରଞ୍ଜନ ପଟେଲଙ୍କୁ ସଂଯୋଜକ ଦାୟିତ୍ଵ ଦିଆଯାଇଛି । ମା’ ମାନଙ୍କର ଝୋଟି ପ୍ରତିଯୋଗିତା, ଶିଶୁ ମାନଙ୍କର ନୃତ୍ୟ ପ୍ରତିଯୋଗିତା କରାଯିବ ବୋଲି ସିରିଜନା ସମ୍ପାଦକ ରାଜେନ୍ଦ୍ର କୁମାର ମହାନ୍ତି ସୂଚନା ପ୍ରଦାନ କରିଥିଲେ । ଏହି ବୈଠକରେ ପ୍ରମୋଦ ଚନ୍ଦ୍ର ନାଥ, ଡ. ଅବନୀ କାନ୍ତ ସାହୁ, ସୁବାସ ଚନ୍ଦ୍ର ସାହୁ, ସୁଶ୍ରୀ ରଞ୍ଜୁଲତା ସାହୁ, ସନାତନ ବାରିକ, କୁଞ୍ଜବିହାରୀ ସରାଫ ଓ ଗଦାଧର ନିଆଲ ପ୍ରମୁଖ ଯୋଗଦାନ କରିଥିଲେ । ଶେଷରେ ଅବନୀକାନ୍ତ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।