ଧାନ ମଣ୍ଡିରୁ ଧାନ ବିକ୍ରି କରିବା ପାଇଁ ଦାବୀ

ଟିଟିଲାଗଡ, (ଗୌରବ ଦର୍ଜୀ) : ରାଜ୍ୟ ଯୁବ କଂଗ୍ରେସ ଏବଂ ଟିଟିଲାଗତ କଂଗ୍ରେସ ଦଳ ଅଭିଯୋଗ କରିଛନ୍ତି ଯେ, ବର୍ତ୍ତମାନ ଟିଟିଲାଗଡ ବ୍ଳକ ଏବଂ ସଇଁନ୍ତଲା ବ୍ଲକ ଅଧିନରେ ରହିଥିବା ଧାନ ମଣ୍ଡି ଗୁଡିକରେ ଚାଷୀମାନେ ନିଜ ଅମଳ କରିଥିବା ଧାନ ମଣ୍ଡିରେ ବିକ୍ରି କରିନପାରି ଅନେକ ସମସ୍ୟା, ଦୁଃଖ, ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି । ଧାନ ମଣ୍ଡିରେ ଧାନ ରଖି ଗୋଟିଏ ସପ୍ତାହରୁ ଅଧିକ ଦିନଧରି ଶୀତ, କାକରରେ ଧାନ ମଣ୍ଡିରେ ରାତିସାରା ଶୋଇବାକୁ ପଡୁଥିବା କହିଛନ୍ତି । ଗୋଟିଏ ବର୍ଷ ପରିଶ୍ରମ କରି ଲୋକଙ୍କୁ ଆହାର ଯୋଗାଇ ଦେଇ ଆସୁଥିବା ଚାଷୀମାନଙ୍କ ସ୍ଥିତି ଆଜି ସଂଙ୍ଗୀନ ଓ ଉଦବେଗ ଜନକ ରହିଥିବା କହିଛନ୍ତି । ଓଡ଼ିଶା ରାଜ୍ୟ ଯୁବ କଂଗ୍ରେସର ଉପସଭାପତି ବିରେନ୍ଦ୍ର ବାଗଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଟିଟିଲାଗଡ ଉପଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ରାଜ୍ୟ ସରକାର ଚାଷୀମାନଙ୍କୁ ନେଇ ରାଜନିତୀ କରୁଥିବା ତଥା କୁମ୍ଭୀର କାନ୍ଦଣା କାନ୍ଦୁଥିବା, ଚାଷିମାନଙ୍କୁ ଛଳନା, ପ୍ରତାରଣା କରୁଥିବା ଘଟଣାକୁ ଟିଟିଲାଗତ କଂଗ୍ରେସ ଦଳ ତିବ୍ର ବିରୋଧ କରିଛି । ରାଜ୍ୟ ସରକାରଙ୍କ ଚାଷୀ ମାରଣା ନୀତିକୁ ରାଜ୍ୟ ଯୁବ କଂଗ୍ରେସ ତିବ୍ର ନିନ୍ଦା କରିଛି । ଧାନ ମଣ୍ଡିରେ କଟନି ଛଟନି, ଚାଷୀଙ୍କ ଧାନ ପଡିରହିବା, ଟୋକୋନ ଆଳ ଦେଖାଇ ଦଲାଲ ମାନଙ୍କୁ ସୁବିଧା ଯୋଗାଇ ଦେବା ପ୍ରସଙ୍ଗକୁ ରାଜ୍ୟ କଂଗ୍ରେସ ଏବଂ ଯୁବ କଂଗ୍ରେସ ଘୋରନିନ୍ଦା କରିଥିବା କହିଛନ୍ତି ରାଜ୍ୟ ଯୁବ କଂଗ୍ରେସର ଉପସଭାପତି ବିରେନ୍ଦ୍ର ବାଗ । ଯଦି ଆଗାମୀ ସାତଦିନ ମଧ୍ୟରେ ଧାନ ମଣ୍ଡିରୁ ଚାଷିମାନଙ୍କ ଧାନ କ୍ରୟ ନ ହୁଏ ତାହେଲେ ରାଜ୍ୟ ଯୁବ କଂଗ୍ରେସ ଏବଂ ଟିଟିଲାଗଡ କଂଗ୍ରେସ ଦଳ ରାଜ୍ୟ ସରକାରଙ୍କ ଚାଷିମାରଣା ନିତୀକୁ ନେଇ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ସାତଦିନ ମଧ୍ୟରେ ଦାବି ପୂରଣ ନ ହୁଏ ଏବଂ ଚାଷୀ ମାନଙ୍କ ଅମଲ ହୋଇଥିବା ଧାନ ମଣ୍ଡିରୁ ନ ଉଠେ ତାହେଲେ ଏହାର କଡ଼ା ଯବାବ ଦିଆଯିବ ବୋଲି କହିଛନ୍ତି । ରାଜ ରାସ୍ତାରେ ଆନ୍ଦୋଳନ ହେବ ଏବଂ ଏହି ଆନ୍ଦୋଲନ ସମୟରେ ଯଦି କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୁଏ ବା ଆଇନ ଶୃଙ୍ଖଳା ପରିସ୍ଥିତି ବ୍ୟାଘାତ ହୁଏ, ଏଥିପାଇଁ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ହିଁ ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି । ଆଜିର ଏହି ପ୍ରତିନିଧି ମଣ୍ଡଳୀରେ ରାଜ୍ୟ ଯୁବ କଂଗ୍ରେସ ଉପସଭାପତି ବିରେନ୍ଦ୍ର ବାଗଙ୍କ ନେତୃତ୍ୱରେ ସହର ଯୁବ କଂଗ୍ରେସ ସଭାପତି ପ୍ରଭାସ ବହିଦାର,
ଜିଲ୍ଲା କଂଗେସ କମିଟି ଉପସଭାପତି ତୁଳସୀ ରାମ ସାହୁ, ଓଡ଼ିଶା ପ୍ରଦେଶ କଂଗ୍ରେସ ସଭା ଦଳ ଉପସଭାପତି ଦେବାନନ୍ଦ ସାହୁ, ପ୍ରଦୀପ ସାହୁ, ଚାଷୀ ନେତା ବାଳକୃଷ୍ଣ ଷଣ୍ଢ, ପ୍ରଦୀପ ବେହେରା, ବୈକୁଣ୍ଡ ଖର୍ସେଲ, ସୁବାସ ମହାନନ୍ଦ ଆଦି ଉପସ୍ଥିତ ଥିଲେ ।

Leave A Reply

Your email address will not be published.