ଇଷ୍ଟକୋଷ୍ଟ ରେଲୱେ ଶ୍ରମିକ ୟୁନିୟନ ବଲାଙ୍ଗିରର ଦ୍ୱିବାର୍ଷିକ ସାଧାରଣ ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଇଷ୍ଟକୋଷ୍ଟ ରେଲୱେ ଶ୍ରମିକ ୟୁନିୟନ ବଲାଙ୍ଗିରର ଦ୍ୱିବାର୍ଷିକ ସାଧାରଣ ସଭା ୟୁନିୟନ ସଭାପତି କମ୍ରେଡ ମଧୁ ସାହୁଙ୍କ ଅଧ୍ୟକ୍ଷତାରେ ବଲାଙ୍ଗିର ଶ୍ରମିକ ୟୁନିୟନ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସାଧାରଣ ସଭାରେ ଜୋନାଲ ସାଧାରଣ ସଂପାଦକ ସନ୍ତୋଷ କୁମାର ମିଶ୍ର, ସମ୍ବଲପୁର ମଣ୍ଡଳ ସହ-ସଂଯୋଜକ କମ୍ରେଡ ବି.ବି. ପଢିହାରୀ, ସଂପାଦକ ମହେଶ୍ୱର ନାଏକ ଓ କୋଷାଧ୍ୟକ୍ଷ ହରିବନ୍ଧୁ ହାତୀ ଅତିଥି ମର୍ଯ୍ୟାଦାରେ ମଂଚାସୀନ ଥିଲେ । ସଭା ଆରମ୍ଭରେ ବଲାଙ୍ଗିର ମାଟିର ଆରାଧ୍ୟା ଦେବୀ ମାଁ ସମଲେଶ୍ୱରୀ ଓ ମାଁ ପାଟଣେଶ୍ୱରୀଙ୍କ ପୂଜା ସହ ସହିଦ ସ୍ମୃତିସ୍ତମ୍ଭରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା । ସଂପାଦକ ବାର୍ଷିକ ବିବରଣୀ ଓ କୋଷାଧ୍ୟକ୍ଷ ଆର୍ଥିକ ବିବରଣୀ ଉପସ୍ଥାପନ କରିଥିଲେ । ମଣ୍ଡଳ ସହ-ସଂଯୋଜକ ବି.ବି.ପଢିହାରୀ ଓ ଜୋନାଲ ସହ-ସାଧାରଣ ସଂପାଦକ ବର୍ତ୍ତମାନ ପରିସ୍ଥିତିରେ ରେଳ କର୍ମଚାରୀଙ୍କ ବିବିଧ ସମସ୍ୟା, ପ୍ରଶାସନିକ ଆଭିମୁଖ୍ୟ ଓ ଶୋଷଣ ଉପରେ ଆଲୋକପାତ କରିବା ସହ ସଂଗଠନର ଏକତା, ଅଖଣ୍ଡତା ଓ ନିରନ୍ତର ସଂଗ୍ରାମ ଉପରେ ବିସ୍ତୃତ ବକ୍ତବ୍ୟ ପ୍ରଦାନ କରିଥିଲେ । ବର୍ତ୍ତମାନ ସରକାରଙ୍କ ଆଭ୍ୟାନ୍ତରିଣ ଛଦ୍ମ ଘରୋଇକରଣ, ରେଳ କର୍ମଚାରୀଙ୍କ ଶୋଷଣ ଉପରେ ଆଲୋଚନା ହେବା ସହ ରାଷ୍ଟ୍ର ଗଠନ ଉପରେ ରେଳ କର୍ମଚାରୀମାନଙ୍କ ଅବଦାନ ଅତୁଳନୀୟ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହା ପରେ ଦୁଇ ବର୍ଷ ପାଇଁ ୟୁନିୟନ କର୍ମକର୍ତ୍ତାଙ୍କ ନାମ ମଣ୍ଡଳ ସହ-ସଂଯୋଜକ ବି.ବି.ପଢିହାରୀ ଘୋଷଣା କରିଥିଲେ । ସଭାପତି ଭାବେ ମହେଶ୍ୱର ନାୟକ, ସଂପାଦକ କମ୍ରେଡ ମଧୁ ସାହୁ, କାର୍ଯ୍ୟକାରୀ ସଭାପତି ସୌମ୍ୟ ରଂଜନ ରଥ, ଉପ-ସଭାପତି ଲବ ସ୍ୱାଇଁ, ୪ଜଣ ସହ-ସଂପାଦକ ଉଜ୍ୱଳ ସାହୁ, ରାଣାପ୍ରତାପ କୁମ୍ଭାର, ଜନ୍ମଜୟ ବରିହା, କିଶୋର ବୋଇ, ସାଂଗଠାନିକ ସଂପାଦକ ଭାବେ ଉତ୍କଳ କୁମାର ସାହୁ, ଏ.ସୂର୍ଯ୍ୟପ୍ରକାଶ ରାଓ, କୋଷାଧ୍ୟକ୍ଷ ଭାବେ ହରିବନ୍ଧୁ ହାତୀ, ଯୁଗ୍ମ ସଂପାଦିକା ଭାବେ ମିନାକ୍ଷୀ ସାଗର ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ । ଏହା ସହିତ ୧୦ଜଣିଆ ଯୁବ ସାମୂକ୍ଷ ଓ ୧୦ଜଣ ଶାଖା ସହାୟକ ମନୋନୀତ ହୋଇଥିଲେ । ଉକ୍ତ ସଭାରେ ବହୁ ସଂଖ୍ୟାରେ ରେଳ କର୍ମଚାରୀ ଯୋଗଦେଇ ସଭାକୁ ସଫଳ କରିଥିଲେ । ସମସ୍ତ ନିର୍ବାଚିତ କର୍ମକର୍ତ୍ତାଙ୍କୁ ମଣ୍ଡଳ ସଂଯୋଜକ ଓ ସହ-ସାଧାରଣ ସଂପାଦକ ଫୁଲମାଳ ଦେଇ ସ୍ୱାଗତ ଓ ଅଭିନନ୍ଦନ ଜଣାଇଥିଲେ । ସମସ୍ତ କାର୍ଯ୍ୟକ୍ରମରେ ହୁତାସନ ନାଗ, ମିଲୁ ବାଗ, ରାଜେନ୍ଦ୍ର ମହାନନ୍ଦ, ଲିଳାମୟ ସାହୁ, ମନ୍ତୋଷ ଭଟ୍ଟ, ବିଜୟ ମାଝି, ସମୀର ଭୋଇ, ସଂଜୟ କୁମାର ମିଶ୍ର, ସରୋଜ ରଣା ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସଭାପତି ମଧୁ ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ସଭା ସାଙ୍ଗ ଘୋଷଣା କରିଥିଲେ ।

Leave A Reply

Your email address will not be published.