oom

ପୀଡିତାଙ୍କ ପରିବାରଙ୍କୁ ଭେଟି ସାନ୍ତ୍ୱନା ଦେଲେ ବିଜେପି ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ଭୁଏ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ୨୩ ତାରିଖ ରାତି ପାଇକମାଲ ଥାନା କୋକନରା ଗାଁର ଲିଙ୍ଗରାଜ ରାଉତଙ୍କ ଝିଅଙ୍କ ମୃତ୍ୟୁ ରହସ୍ୟ ଏ ପର୍ଯ୍ୟନ୍ତ ଲୋକ ଲୋଚନକୁ ଆସି ପାରିନଥିବା ବେଳେ ପଦ୍ମପୁର ବିଜେପି ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ଭୁଏ ଭାରତୀୟ ଜନତା ପାର୍ଟିର ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ସହ ଆଜି ପାଇକମାଲ ବ୍ଲକ କୋକନରା ଆସି ପୀଡିତାଙ୍କ ପରିବାରଙ୍କୁ ଭେଟି ସାନ୍ତ୍ୱନା ଦେବା ସହ ମୃତ୍ୟୁ ରହସ୍ୟର ଉନ୍ମୋଚନ ସହ ପରିବାରକୁ ନ୍ୟାୟ ଯୋଗାଇ ଦେବାର ଭରଷା ଦେଇଥିଲେ । ସମାଜରେ ଯୁବପିଢି ନିଶା ସେବନ ଓ ନିଶା କାରବାର ପ୍ରତି ଆକୃଷ୍ଟ ହେଉଥିବାରୁ ସମାଜ ବିପଦଗାମୀ ହେବା ସହ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଥିବାରୁ ଚିନ୍ତାବ୍ୟକ୍ତ କରିଥିଲେ । ପରେ ନିଜର କାର୍ଯ୍ୟକର୍ତ୍ତାଙ୍କ ସହ ପାଇକମାଲ ଥାନାକୁ ଆସି ଥାନା ଅଧିକାରୀ କୈଳାସ ଚନ୍ଦ୍ର ପ୍ରଧାନଙ୍କ ସହ ଏ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରି ପୀଡିତାଙ୍କ ପରିବାରକୁ ନ୍ୟାୟ ଦେବାକୁ କହିଥିଲେ । ଏହି ପ୍ରତିନିଧି ମଣ୍ଡଳୀରେ ବରଗଡ ଜିଲ୍ଲା ବିଜେପି ଉପ ସଭାପତି ସରୋଜ ସାମଲ, ଯୁବନେତା ସୁଶାନ୍ତ ନାଗ, ପାଇକମାଲ ମଣ୍ତଳ ପୂର୍ବତନ ସଭାପତି କୈଳାସ ଦିଶ୍ରୀ, ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର ପ୍ରତାପ ସିଂହ ବରିହା, ପାଇକମାଲ ମଣ୍ତଳ ସଭାପତି ଅକ୍ଷୟ କୁମାର ସାହୁ, ଯୁବନେତା ରୋଶନ ପାଣିଗ୍ରାହୀ, ମାଣ୍ଡୋସିଲ ମଣ୍ଡଲ ସଭାପତି ସଂଜୟ ବେହେରା, ପାଇକମାଲ ସରପଞ୍ଚ ପ୍ରତିନିଧି ଧନସିଂ ତାଣ୍ତି, ମହେନ୍ଦ୍ର ନାଏକ, ବିକି ଅଗ୍ରୱାଲ, ଅଲେଖ ସାହୁ, ଦୁଷ୍ମନ୍ତ ଖମାରୀ ପ୍ରମୁଖ ସାମିଲ ଥିଲେ ।

jittmm
Leave A Reply

Your email address will not be published.