pr

ଗୁଡଭେଲା ବ୍ଲକରେ ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

dr. purohit

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁରା ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀମାନଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା । ତନ୍ମଧ୍ୟରୁ ୧୩ ଜଣ ଛାତ୍ରଛାତ୍ରୀଙ୍କୁ ଚଷମା ପ୍ରଦାନ କରିବା ପାଇଁ ଚିହ୍ନଟ କରା ଯାଇଥିବା ବେଳେ ୨ଜଣଙ୍କୁ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯିବା ପାଇଁ ଚିହ୍ନଟ କରାଯାଇଥିଲା । ବଲାଙ୍ଗିର ମୁଖ୍ୟ ଚିକିତ୍ସାଳୟର ଅପଥାଲମିକ୍ ଆସିଷ୍ଟାଣ୍ଡ ତୁଳସୀ ରାମ ସାହୁ ଓ ମହାନଦୀ ନେତ୍ର ଚିକିତ୍ସାଳୟର ଅପଥାଲମିକ୍ ଆସିଷ୍ଟାଣ୍ଡ ବବଲୁ ସେଠୀ ଚକ୍ଷୁ ପରୀକ୍ଷା କରିଥିଲେ । କାର୍ଯ୍ୟକ୍ରମର ସୁପରିଚାଳନା ନିମିତ୍ତ ବିଇଓ ନମିତା ରାଣୀ ଭୋଇ, ଏବିଇଓ ସୁରେନ୍ଦ୍ର ସୁନା ଓ ବିପିନ ବାଗ ପରିଦର୍ଶନ କରିଥିଲେ । ସିଏଚ୍‌ସି ଗୁଡଭେଲାର ଫାର୍ମାସିଷ୍ଟ ସୁରଜ କୁମାର ସାହ, ଡା. ସ୍ମରଣିକା ପଣ୍ଡା, ଆର୍‌ବିଏସ୍‌କେ ଗୁଡଭେଲାର ଭାରତୀ କୁମ୍ଭାର, ଶୁଭ୍ରାରାଣୀ ରାଉତରାୟ, ବିଆର୍‌ଟି ଜୁଲଫିକର ଖାନ୍, ଅଶୋକ କୁମାର ସାମଲ ଏବଂ ସ୍ଥାନୀୟ ସ୍କୁଲର ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶଙ୍କ ସମେତ ସମସ୍ତ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.