କୁମ୍ଭାରଖୁନ ଠାରେ ପୋଲିସର ଜନସମ୍ପର୍କ ଶିବିର ଅନୁଷ୍ଠିତ

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ କିପରି ସୁସମ୍ପର୍କ ରହିବ ସେନେଇ ବେଲପଡା ପୋଲିସ ବହୁତ ଭଲ ପଦକ୍ଷେପ ନେଇଛି । ଆଜି ବେଲପଡା ବ୍ଲକ ବାଗଦୋର ଗ୍ରାମପଞ୍ଚାୟତର କୁମ୍ଭାରଖୁନ ଖେଳ ପଡିଆ ଠାରେ ପୋଲିସର ଜନସମ୍ପର୍କ ଶିବିର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବେଲପଡା ଥାନା ଅଧିକାରୀ ଅନନ୍ତ ପଧାନ, ବେଲପଡା ବିଡ଼ିଓ, ସ୍ଥାନୀୟ ସରପଞ୍ଚ ପ୍ରଦୀପ କୁମାର ବେହେରା ଓ ଅନ୍ୟାନ୍ୟ ଉଚ୍ଚ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ମାଗଣା ଚକ୍ଷୁ ଶିବିର ଓ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଅଞ୍ଚଳର ବୃଦ୍ଧବୃଦ୍ଧା ଏହାର ଲାଭ ଉଠାଇଥିଲେ । ତା ସହ ଅସହାୟ ନିରୀହ ମାନଙ୍କୁ କମ୍ବଳ, ଛତା, ଟର୍ଚ୍ଚ ଲାଇଟ, ଲଣ୍ଠନ ବଣ୍ଟନ କରାଯାଇଥିବା ବେଳେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଖାତା, କଲମ, କମ୍ପାସ ଇତ୍ୟାଦି ବଣ୍ଟନ କରାଯାଇଥିଲା । ଏହି ଅବସରେ କ୍ରିକେଟ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା । ଏଥିରେ ସର୍ବମୋଟ ଦଶ ଗୋଟି ଦଳ ଅଂଶଗ୍ରହଣ କରଥିବା ବେଳେ କୁମ୍ଭାରଖୁନ(କ) ଓ କୁମ୍ଭାରଖୁନ(ଖ) ମଧ୍ୟରେ ଫାଇନାଲ ମ୍ୟାଚ୍‌ ହୋଇଥିଲା । କୁମ୍ଭାରଖୁନ(ଖ) ଦଳ ବିଜୟୀ ହୋଇଥିଲେ । ଶେଷରେ ଅତିଥିମାନେ ଖେଳାଳୀ ମାନଙ୍କୁ ଟ୍ରଫି ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବେଲପଡା ପୋଲିସ ଓ ସମସ୍ତ କର୍ମଚାରୀମାନେ ପୂର୍ଣ୍ଣ ସହଯୋଗ କରିଥିଲେ ।

Leave A Reply

Your email address will not be published.