oom

ଝାରବନ୍ଧ ସ୍ନାତକ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଶ୍ୟାମ ସୁନ୍ଦର ବେହେରାଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ବରଗଡ ସାଂସଦ ପ୍ରଦୀପ କୁମାର ପୁରୋହିତ ଯୋଗଦାନ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁରର ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡା, ସମ୍ମାନିତ ଅତିଥ୍‌ଭାବେ ଝାରବନ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପର୍ଶୁରାମ ପଣ୍ଡା ଯୋଗଦାନ କରି ଜଣେ ଭଲ ମଣିଷ ହେବାପାଇଁ ହେଲେ ମାବାପା ଓ ଶିକ୍ଷକଙ୍କ ଆଶୀର୍ବାଦ ଜରୁରୀ ଅଟେ ବୋଲି ମତବ୍ୟକ୍ତ କରିଥିଲେ । ଅଧ୍ୟାପକ ଡ଼ଲଫିନ ସୁନା ମଞ୍ଚ ପରିଚାଳନା କରିଥିବା ବେଳେ ଅଧ୍ୟାପକ ତାପସରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗିତା ଓ ବର୍ଜ୍ୟବସ୍ତୁ ପରିଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାର ବିଚାରକ ଭାବେ ଅବସର ପ୍ରାପ୍ତ ଅଧ୍ୟକ୍ଷ ସାନନ୍ଦ କୁମାର ସାହୁ, ଓଏଭି ପ୍ରିନ୍ସିପାଲ ଜିତେନ୍ଦ୍ରୀୟ ପ୍ରଧାନ, ହରିପ୍ରିୟା ସାହୁ, ଦୁର୍ଗାପ୍ରସାଦ ଅଗ୍ରୱାଲ ଅଂଶ ଗ୍ରହଣ କରିଥିଲେ । ପରେ ଅତିଥି ମାନଙ୍କ ଦ୍ୱାରା କୃତୀ ଛାତ୍ରଛାତ୍ରୀମାନଙ୍କୁ ମେଡାଲ ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଖ୍ୟାତିମୟ ତ୍ରିପାଠୀ, ମିନପ୍ରଭା ପ୍ରଧାନ, ରଶ୍ମି ମହାଲିଙ୍ଗ, ନବୀନ ମେହେର, ଗଗନ ବିହାରୀ ଦଣ୍ଡସେନା, ଅଶୋକ ହାତୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.