ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ତତ୍ତ୍ୱାବଧାନରେ ବ୍ରହ୍ମପୁର ବିଶ୍ଵଦ୍ୟାଳୟରେ ଗତକାଲିଠାରୁ ଆରମ୍ଭ ହୋଇଥିବା, ଓଡ଼ିଶା ଆନ୍ତଃ ବିଶ୍ଵବିଦ୍ୟାଳୟ ସାହିତ୍ୟ ଏବଂ ସାଂସ୍କୃତିକ ପ୍ରତିଯୋଗିତାର ଗୁରୁବାର ଥିଲା ଦ୍ୱିତୀୟ ଦିନ । ଆଜି କବିତା ଆବୃତ୍ତି, ଶାସ୍ତ୍ରୀୟ ସଙ୍ଗୀତ ଓଡ଼ିଆ ପ୍ରବନ୍ଧ ଲିଖନ ସୁଗମ ସଙ୍ଗୀତ ବାଦ୍ୟଯନ୍ତ୍ର ପ୍ରତିଯୋଗୀତା ଓ ପରେ ପରେ କୃତିକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେଇଥିଲା । ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦୁଲୁକିଥିଲା ପୁରା ବ୍ରହ୍ମପୁର ବିଶ୍ଵଦ୍ୟାଳୟ ପରିସର । ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଓ କର୍ମକର୍ତା ପ୍ରତ୍ୟକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ଓଡିଶାର ୧୭ଟି ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ନିଜ ନିଜ ଅଭିନୟ ଓ ପ୍ରଦର୍ଶନରେ ବିଚାରକ ମଣ୍ଡଳୀ କାମନ ମୋହିଥିଲେ । ଏହି ମେଗା ପ୍ରତିଯୋଗିତା ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଉଦ୍ଯାପନୀ ଉତ୍ସବରେ ବିଜୟୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ ବୋଲି ବିଶବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ମିଳିଛି ।