ଜିଲ୍ଲାସ୍ତରୀୟ ସିନିୟର ପୁରୁଷ ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗ୍ରୁପ ବି ର ୬ଷ୍ଠ ମ୍ୟାଚରେ ବି ଜେ ଏମ ସି ସି ବିଜୟୀ
ବାରିପଦା, (ଦେବସ୍ମିତ ଚୌଧୁରୀ) : ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଓଡିଶା କ୍ରିକେଟ ଏସୋସିଏସନ ଓ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ମିଳିତ ଆନୁକୂଲ୍ୟରେ ଆୟୋଜିତ ମୟୁରଭଞ୍ଜ ଜିଲ୍ଲାସ୍ତରୀୟ ସିନିୟର ପୁରୁଷ ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଗ୍ରୁପ ବି ର ୬ଷ୍ଠ ମ୍ୟାଚରେ ବି ଜେ ଏମ ସି ସି କରଞ୍ଜିଆକୁ ୯ ରନରେ ପରାସ୍ତ କରିଥିଲା । ପ୍ରଥମେ ବ୍ୟାଟିଂ କରି ବି ଜେ ଏମ ସି ସି ୩୫ ଓଭରରେ ୯ ଉଇକେଟ ହରାଇ ୧୬୫ ରନ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ଲୋକନାଥ ପୃଷ୍ଟି ୩୩ ଓ ସ୍ୱାଭିମ ଦାସ ୩୦ ରନ କରିଥିଵା ବେଳେ ବିପକ୍ଷ ଦଳର ଅଭିଜିତ ପ୍ରସାଦ ଘଣା ୩ଟି ଉଇକେଟ ଅକ୍ତିଆର କରିଥିଲେ । ଉତ୍ତରରେ କରଞ୍ଜିଆ ୩୪. ୨ ଓଭରରେ ସମସ୍ତ ଉଇକେଟ ହରାଇ ୧୫୬ ରନ ସଂଗ୍ରହ କରିପାରିଥିଲେ । ଦଳ ପକ୍ଷରୁ ଅଭିଜିତ ପ୍ରସାଦ ଘଣା ୫୦ରନ କରିଥିବା ବେଳେ ବିପକ୍ଷ ଦଳର ଲୋକନାଥ ପୃଷ୍ଟି, ଲକ୍ଷ୍ମୀଧର ଉଇକେଟ ଅକ୍ତିଆର କରିଵା ସହ ମ୍ୟାନ ସିଂ, ସ୍ୱାଭିମ ଦାସ ଓ ଚିନ୍ମୟ ପଣ୍ଡିତ ୨ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ । ଲୋକନାଥ ପୃଷ୍ଟି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଅମିତାଭ ପଟ୍ଟନାୟକ ଓ ଦିଲ୍ଲୀପ କୁମାର ଦାସ ଖେଳ ପରିଚାଳନା କରିଥିବା ବେଳେ ସମ୍ବିତ କୁମାର ମହାରଣା ସ୍କୋରିଂରେ ସହାୟତା ପ୍ରଦାନ କରିଥିଲେ । ଅତିଥି ଭାବେ ବରିଷ୍ଠ ଆଇନଜୀବୀ ବିଜନ ଦାସ ଓ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଆସନ୍ତା କାଲି କରଞ୍ଜିଆ ଓ ଜେ କେ ସି ସି ମଧ୍ୟରେ ଖେଳାଯିବ ବୋଲି ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ଜଣାଇଛନ୍ତି ।