oom

ଟିଟିଲାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କଲେ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକରେ ବିଧାୟକଙ୍କ ମନୋମୁଖୀ ଶାସନ ଓ ବିଡ଼ିଓଙ୍କ ଅଣଦେଖା କରିବା ପ୍ରତିବାଦରେ କିଛି ଦିନ ତଳେ ବ୍ଲକ ଚେୟାରମେନ ସଂଯୁକ୍ତା ନାଏକ ବ୍ଲକରେ ଧାରଣା ଦେଇଥିଲେ । ତାପରେ ବି ସେମାନଙ୍କ ବିରୁଦ୍ଧରେ କିଛି ପଦକ୍ଷେପ ଗ୍ରହଣ ନ କରିବାରୁ ଟିଟିଲାଗଡ଼ ବିଜୁ ଜନତା କାର୍ଯ୍ୟାଳୟରେ ବିଜେଡି ନେତ୍ରୀ ଶ୍ରୀମତି ଟୁକୁନି ସାହୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ । ସେଥିରେ ବିଧାୟକ ନବୀନ ଜୈନ କରୁଛନ୍ତି ହରିଲୁଟ, ସବୁ କାର୍ଯ୍ୟରେ ପିସି ମାଗିବା ଅଭିଯୋଗ ସହ ମହିଳାଙ୍କ ପାଇଁ ଖୋଲା ଯାଇଥିବା ମିଶନ ଶକ୍ତି କ୍ୟାଫେକୁ ହୋଟେଲରେ ପରିଣତ କରିସାରିଲେଣି । ଆଜିର ଦିନରେ ଯିଏ ମହିଳାଙ୍କୁ ସମ୍ମାନ ଦିଏ ନାହିଁ ତାହାର ପତନ ସୁନିଶ୍ଚିତ ବୋଲି କହିବା ସହ ପୌରପରିଷଦ ଠାରେ କାଉନସିଲ ରିଯୋଲ୍ୟୁସନ୍ ହୋଇଥିଲା ଅଭିମନ୍ୟୁ କଲ୍ୟାଣ ମଣ୍ଡପ ନାଁରେ ନାମିତ କରିବା ପାଇଁ, ଆଜି କିଭଳି ପରିବର୍ତ୍ତନ କଲେ ନୂତନ ପୌର ନିର୍ବାହୀ ଅଧିକାରୀ ? ଏହାର ଉତ୍ତରଦାୟୀ ହେବେ ବିଧାୟକ ନବୀନ ଜୈନ ଓ ପୌର ନିର୍ବାହୀ ଅଧିକାରୀ । ସେହିପରି ବିଧାୟକ ଡରିକି ଅନାସ୍ଥା ପ୍ରସ୍ତାବ ବାହାନା କରିଛନ୍ତି । ଆମ ପାଖରେ ସଂଖ୍ୟା ଗରିଷ୍ଠତା ରହିଛି, ଯେହେତୁ ବ୍ଲକ ଅଧ୍ୟକ୍ଷା ଶ୍ରୀମତି ସଂଯୁକ୍ତା ନାଏକ ତାଙ୍କ ବିରୁଦ୍ଧରେ ମୁହଁ ଖୋଲିଲେ ସେଥିପାଇଁ ଏହି ଡ୍ରାମା ଚାଲିଛି । ବିଧାୟକଙ୍କ ପିସି କାରବାର ଯଦି ବନ୍ଦ ନହେଲା ତାହେଲେ ତାଙ୍କ ବିରୋଧରେ ଆଗାମୀ ଦିନରେ ଏକ ବିରାଟ ଆନ୍ଦୋଳନ ହେବାକୁ ଚେତାବନୀ ଦେଇଛନ୍ତି ବିଜେଡି ନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ । ଏହି ସାମ୍ବାଦିକ ସମ୍ମିଳନୀରେ ସମିତି ସଭ୍ୟ ଓ ସରପଞ୍ଚ ମାନଙ୍କ ସହ ବହୁ ବିଜେଡି କର୍ମୀମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.