ପୋଲିସ ଦ୍ୱାରା ଏକ ଜନସଂପର୍କ ଶିବିର ଆୟୋଜିତ :

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗୀର ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ରିଷିକେଶ ଖିଲାରୀଙ୍କ ନିର୍ଦ୍ଦେଶ କ୍ରମେ ତୁରେକେଲା ପୋଲିସ ଦ୍ୱାରା ଏକ ପୋଲିସ ଜନସମ୍ପର୍କ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ପୋଲିସ ଓ ଜନସାଧାରଣଙ୍କର ସୁସମ୍ପର୍କ ସ୍ଥାପନ କରିବାସହ ଉପାନ୍ତ ଅଂଚଳରେ ରହୁଥିବା ଲୋକଙ୍କୁ ପୋଲିସ ସେବା ଯୋଗାଇ ଦେବାପାଇଁ ତୁରେକେଲା ପୋଲିସ ସଦା ତତ୍ପରତା ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଆଖପାଖ ଗାଁର ଉଭୟ ପୁରୁଷ ମହିଳା ଆସି ସ୍ୱାସ୍ଥ୍ୟ କ୍ୟାମ୍ପରେ ନିଜ ନିଜ ସ୍ୱାସ୍ଥ୍ୟ ସମ୍ପର୍କରେ ଅଭିଜ୍ଞ ଡାକ୍ତରଙ୍କୁ ଦେଖାଇଥିଲେ । ତା ସହ ଅଂଚଳର ଯୁବ ଖେଳାଳିମାନକୁ ନେଇ ଏକ କ୍ରିକେଟ ମ୍ୟାଚ ମଧ୍ୟ ଆୟୋଜିତ କରାଯାଇଥିଲା । ଉପାନ୍ତ ମାଓ ଉପଦ୍ରବ ଆଦିବାସୀ ଅଂଚଳ ଲାଲଗଡ ଭାବରେ ପରିଚିତ କୁଆବାହେଲିରେ ଆୟୋଜିତ କାର୍ଯ୍ୟକ୍ରମରେ ଶତାଧିକ ଲୋକେ ସାମିଲ ହୋଇ ସ୍ୱାସ୍ଥ୍ୟ ସେବା ପାଇଥିବା ପୋଲିସ ଓ ସାଧାରଣ ଜନତାଙ୍କ ଭିତରେ ଉତ୍ତମ ସମ୍ପର୍କ ଓ ସରକାରଙ୍କ ଦ୍ଵାରା ବିଭିନ୍ନ ସତେଚନ କାର୍ଯ୍ୟକ୍ରମ ଓ ମାଓଦମନରେ ସ୍ଥାନୀୟ ସହଯୋଗ ନିତାନ୍ତ ଆବଶ୍ୟକ ବୋଲି ଶ୍ରୀ ଖିଲାରୀ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ତୁରେକେଲା ଥାନାଧିକାରୀ ରମାକାନ୍ତ ସାହୁ , ସହ ସ୍ୱାସ୍ଥ୍ୟ ବିଭାଗ ସମେତ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.