ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସରକାରି ବାଳିକା ଉଚ୍ଚ ବିଦ୍ୟାଳୟର ୧୯୮୪ ବ୍ୟାଚର ବନ୍ଧୁ ମିଳନ ସ୍ଥାନୀୟ ଡି ଏନ ରୀସର୍ଟ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବନ୍ଧୁ ମିଳନରେ ସୁଦୂର ବିଶାଖାପାଟଣା, ଭୁବନେଶ୍ଵର ଠାରୁ ଆସି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏତେ ବର୍ଷ ପରେ ସମସ୍ତ ପୁରୁଣା ସାଥୀ ତଥା ବାନ୍ଧବୀଙ୍କୁ ଦେଖି ପୁରୁଣା ସ୍ମୃତିକୁ ଉଜ୍ଜୀବିତ କରିବା ସହିତ ଆଖିରୁ ଖୁସିର ଲୁହ ବାହାରି ପଡିଥିବା ଦେଖିବାକୁ ମିଳିଥିଲା । ଦିର୍ଘ ୪୦ବର୍ଷ ପରେ ପ୍ରଥମ ଥର ପାଇଁ ଏହି ଆୟୋଜନ କରିଥିବାରୁ ସଂଯୁକ୍ତା ଚୌଧୁରୀ, ଆରତି ତ୍ରିପାଠୀ, ମାତାଜି ସାହୁଙ୍କୁ ସମସ୍ତେ ଧନ୍ୟବାଦ ଅର୍ପଣ କରିଥିଲେ । ଟିଟିଲାଗଡ଼ରୁ