ରାତିଅଧରେ ମେଡିକାଲ ବୁଲିଲେ ଜିଲ୍ଲାପାଳ, ଡାକ୍ତରଙ୍କ ଉପରେ ଆକ୍ସନ :

ଭଦ୍ରକ : ଆକ୍ସନମୋଡ଼ରେ ଜିଲ୍ଲାପାଳ । ରାତିଅଧରେ ରୋଗୀଙ୍କର ଅଭିଯୋଗ ଶୁଣି ମେଡିକାଲରେ ପହଞ୍ଚିଲେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ମେଡିକାଲରେ ପହଞ୍ଚି ବିଭିନ୍ନ ସ୍ଥିତି ବିଷୟରେ ପରଖିଛନ୍ତି ଜିଲ୍ଲାପାଳ । ଖବର ଅନୁସାରେ ଭଦ୍ରକ ଜିଲ୍ଲା ମାତୃ ଓ ଶିଶୁ ମଙ୍ଗଳ ୟୁନିଟ ବା ନୂଆ ଡିଏଚ୍‌ଏଚ୍‌ରେ ଗାଇନିଂ ଓ ପେଡ୍ରିଆଟିକ୍‌ ବିଭାଗ କାର୍ଯ୍ୟକ୍ଷମ ହୋଇଛି । କିନ୍ତୁ ସହରଠାରୁ ଗେଲପୁର ଦୂରରେ ଥିବାରୁ ହୋଇଥିବାରୁ ଅଧିକାଂଶ ଡାକ୍ତର ଆସୁନଥିବାର ଅଭିଯୋଗ ହୋଇଥିଲା । ରାତି ସମୟରେ ଶିଶୁଙ୍କୁ ଆମ୍ବୁଲାନ୍ସରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇ ପୁଣି ସେଠାକୁ ନିଆଯାଏ । ଏଭଳି ସ୍ଥିତିରେ ରବିବାର ବିଳମ୍ବିତ ରାତିରେ ମେଡିକାଲରେ ଶିଶୁ ବିଭାଗ ଡାକ୍ତର ନଥିବା ନେଇ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉଥରାଏଙ୍କୁ ସୂଚନା ମିଳିଥିଲା ।ଏହାପରେ ଜିଲ୍ଲାପାଳ ନିଜେ ବିଳମ୍ବିତ ରାତିରେ ଅଚାନକ ଗେଲପୁର ସ୍ଥିତ ହସ୍ପିଟାଲକୁ ଗସ୍ତ କରିଥିଲେ । ଏପିରିକି ଦାୟିତ୍ୱରେ ଥିବା ଡାକ୍ତର ଉପସ୍ଥିତ ନଥିବା ଜାଣିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ କଥା ହୋଇଥିଲେ । ଏହି ଘଟଣା ପରେ ସଂପୂର୍ଣ୍ଣ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ହୋଇପାରେ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.