ଟିଟିଲାଗଡ଼ କଂଗ୍ରେସ ଦଳ ତରଫରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ବିରେନ୍ଦ୍ର ବାଗଙ୍କ ଆବାହକତ୍ୱରେ ତଥା ଦେବାନନ୍ଦ ସାହୁଙ୍କ ସଭାପତିତ୍ୱରେ କଂଗ୍ରେସ କର୍ମୀ ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୧୮ ତାରିଖ ଦିନ ନୂତନ ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱରେ ଭୁବନେଶ୍ୱର ଠାରୁ ପୁରୀ ଯାଏଁ ସଂକଳ୍ପ ପଦ ଯାତ୍ରା କରିବ ଓଡିଶା କଂଗ୍ରେସ ଦଳ । ଦଳକୁ ସଂଗଠିତ ତଥା ଶକ୍ତିଶାଳୀ କରିବା ଉଦ୍ଦେଶ୍ୟରେ ଏହି ପଦଯାତ୍ରା କରାଯିବ । ସେଥିପାଇଁ ସମସ୍ତ କଂଗ୍ରେସ ପ୍ରେମୀ ଏକଜୁଟ ହେବା ସହ ଏହି ପଦଯାତ୍ରାରେ ବହୁମାତ୍ରାରେ ସାମିଲ ହେବାକୁ ଆହ୍ଵାନ ଦିଆଯାଇଥିଲା । ଏହି ବୈଠକରେ ଶିବ ପରିଡା, ଦୀପକ ସମାଦ୍ଦାର, ନିତ୍ୟାନନ୍ଦ ମାଝୀ, ଯତୀନ ମହାନ୍ତି, ସୁମନ ବେହେରା, ଶଶି ସୁନାଙ୍କ ସମେତ ଅନ୍ୟାନ୍ୟ କଂଗ୍ରେସ ପ୍ରେମୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.