csstore

କ୍ଷତିଗ୍ରସ୍ତ ପରିବାରଙ୍କ ପାଖରେ ଜିଲ୍ଲା ପରିଷଦ ସଦସ୍ୟା ଝରଣା ପାଣିଗ୍ରାହୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୌରେନମୁଣ୍ଡା ଗ୍ରାମ ପଞ୍ଚାୟତ ମହରାପାଲି ଛକ ଠାରେ ବନିତା ସୁନାଙ୍କ ଘର ସମ୍ପୂର୍ଣ୍ଣ ଭାବେ ନିଆଁରେ ଛାରଖାର ହୋଇଯାଇଛି । ଏହି ଖବର ପାଇବା ପରେ କାଳ ବିଳମ୍ବ ନକରି ଗାଇସିଲେଟ ଜିଲ୍ଲା ପରିଷଦ ଶ୍ରୀମତୀ ଝରଣା ପାଣିଗ୍ରାହୀ ବନିତାଙ୍କ ପାଖରେ ଯାଇ ପହଞ୍ଚିଥିଲେ । କ୍ଷତିଗ୍ରସ୍ତ ପରିବାର ପାଖକୁ ଯାଇ ବସ୍ତ୍ର ସହିତ କିଛି ଆର୍ଥିକ ସାହାଯ୍ୟ କରିଥିବା ଜଣାପଡିଛି । ଜିଲ୍ଲା ପରିଷଦ ସଦସ୍ୟାଙ୍କ ସହିତ ଗାଇସିଲେଟ ମଣ୍ଡଳ ସଭାପତି ସୁଧୀର ମହାକୁଡ଼, ମଣ୍ଡଳ ସାଧାରଣ ସଂପାଦକ ନନ୍ଦୀ ମହାକୁଡ଼ ସୁରେଶ ସାହୁ, ଆକାଶ ମେହେର, ହେମନ୍ତ ସାହୁ, ଲବ ସାହୁ, ସତ୍ୟବତୀ ସାହୁ ଆନନ୍ଦ ମଟାରୀ ପ୍ରମୁଖ ଉପସ୍ଥିତ ରହି କ୍ଷତିଗ୍ରସ୍ତ ପରିବାର ବର୍ଗଙ୍କୁ ସାହସର ସହ ଧର୍ଯ୍ୟ ଧରି ଆଗକୁ ଆଗେଇବାକୁ ବୁଝାଇ ଥିଲେ ।

jayashree
Leave A Reply

Your email address will not be published.