oom

ଶିଶୁ ବିକାଶ କେନ୍ଦ୍ର ଓ ପୂଜ୍ୟପୂଜା ସେବା ସଂଗଠନ ତରଫରୁ ଲଳିତ ନାୟକଙ୍କ ବିୟୋଗରେ ଶୋକସଭା

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଟିକ୍ରାପଡା ରାମ ମନ୍ଦିରଠାରେ ଶିଶୁ ବିକାଶ କେନ୍ଦ୍ର ଓ ପୂଜ୍ୟପୂଜା ସେବା ସଂଗଠନ ତରଫରୁ ସ୍ୱର୍ଗତ ଲଳିତ ନାୟକଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରି ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଡାକ୍ତର ଅଶୋକ କୁମାର ସେଠୀଙ୍କ ପରି·ଳନାରେ ଅନୁଷ୍ଠିତ ସଭାରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଲଳିତ ନାୟକଙ୍କ ସ୍ମୃତି ଚାରଣ କରି ତାଙ୍କର ସାଧାରଣ ଜନତାଙ୍କ ପ୍ରତି ସେବାଭାବ ଓ ରକ୍ତଦାନ ପାଇଁ ସେ ସବୁବେଳେ ଅମର ରହିବେ ତଥା ତାଙ୍କ ପରେ ଆମ ଭିତରେ ସେ ଗୁଣ ଉଦ୍ରେକ ହେଉ ଓ ଶହ ଶହ ଲଳିତ ସୃଷ୍ଟି ହୁଅନ୍ତୁ ବୋଲି କହିଥିଲେ । ପରେ ପରେ ପୂଜ୍ୟପୂଜା ସଂଗଠନର ସଂପାଦକ ମଦନ ମୋହନ ରଥ, ନୀଳମଣି ମିଶ୍ର, ସତ୍ୟବନ୍ତ ବେଦବାକ, ଅଚ୍ୟୁତାନନ୍ଦ ଉଦ୍‌ଗାତା, ଶୁଭେନ୍ଦ୍ର ନେପାକ, ଅରୁଣ ଖୁଆସ, କସ୍ତୁରୀ ରଥ, ଅନୁପ୍ରିୟା ମିଶ୍ର, ରତ୍ନମୟ ତ୍ରିପାଠୀ ସ୍ୱର୍ଗତ ନାୟକଙ୍କ ସହ ନିଜର ସ୍ମୃତି ଅନୁଭୂତି ବ୍ୟକ୍ତ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ବଳିଷ୍ଠ ପଧାନ, କବିତା ମିଶ୍ର ଓ ଜ୍ୟୋତିରାଣୀ ମିଶ୍ର ଲଲିତ ନାୟକଙ୍କ ଉଦ୍ଦେଶ୍ୟରେ ସ୍ୱରଚିତ କବିତା ପାଠ କରିଥିଲେ । ଅନୁଷ୍ଠାନର ଚୁଡେନ୍ଦ୍ର କୁମାର ବେହେରା, ସୁନାଧର ବନଛୋର, ଦୁର୍ଗା ଚରଣ ସାହୁ, ପ୍ରଦୀପ ପଶାୟତ, ମାଳତି ଉଦ୍‌ଗାତା, ମାନସ ବାଗ, ରଘୁନାଥ ମିଶ୍ର ତଥା ଅନେକ ଲଳିତ ପ୍ରେମୀ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।

jittmm
Leave A Reply

Your email address will not be published.