ମ.ରାମପୁର (ପି.କେ. ସାହୁ) : ଧବଳେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମୋହନଗିରିର ୧୧ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ପୂର୍ବତନ ବିଧାୟକ ତଥା କଲେଜ ସଭାପତି ଭୂପିନ୍ଦର ସିଂ, ମୁଖ୍ୟ ବକ୍ତା ଡ଼ଃ ଶିବ ପ୍ରସାଦ ବେହେରା ଅବସର ପ୍ରାପ୍ତ ଅଧ୍ୟକ୍ଷ ଡିଏଭି କଲେଜ ଟିଟିଲାଗଡ଼, ସ୍ୱତନ୍ତ୍ର ଅତିଥି ପ୍ରଣୟ ଆନନ୍ଦ ତ୍ରିପାଠୀ ଅବସର ପ୍ରାପ୍ତ ଅଧ୍ୟକ୍ଷ ଜଗନ୍ନାଥ କୌଶଲ୍ୟା ମହାବିଦ୍ୟାଳୟ ରିସିଡା, ସ୍ୱତନ୍ତ୍ର ବକ୍ତା ସୁଧାକର ରାଇତା, ତହସିଲଦାର ମ.ରାମପୁର, ସମ୍ମାନିତ ଅତିଥି ଶୁକଦେବ ସାହୁ, ସମ୍ପାଦକ, ଧବଳେଶ୍ୱର ଉଚ୍ଚ ମଧ୍ୟମିକ ବିଦ୍ୟାଳୟ, ମୋହନଗିରି, ଗକୁଳାନନ୍ଦ ବିଶ୍ୱାଳ, କାର୍ଯ୍ୟକାରୀ ସଭାପତି, ଧବଳେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମୋହନଗିରି, ପ୍ରକାଶ ମାଝୀ, ସଭାପତି ଜିଲ୍ଲା ଆଦିବାସୀ ସଂଘ, କଳାହାଣ୍ଡି, ବିଭୂପୟର ପଟ୍ଟନାୟକ, ଅଧ୍ୟକ୍ଷ ଧବଳେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମୋହନଗିରି, ପବିତ୍ର ମୋହନ ହୋତା, ପୂର୍ବତନ ଜିଲ୍ଲାପରିଷଦ ମଞ୍ଚାସୀନ ଥିଲେ । ସମସ୍ତ ଅତିଥିଙ୍କର ମୁଖ୍ୟ ବାର୍ତ୍ତା ଥିଲା ଶିକ୍ଷା ଦ୍ୱାରା ସମାଜର ଅନ୍ଧକାରକୁ ଦୂର କରାଯାଇ ପାରିବ । ପରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯିବ ସହିତ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଚିର୍ତ୍ତାକର୍ଷକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ଶେଷରେ ଶିକ୍ଷା ବିଭାଗର ଅଧ୍ୟାପକ ଅଚ୍ୟୁତ ମହାକୁର ଧନ୍ୟବାଦ ଦେଇଥିଲେ ।