ଜଳିଗଲା ସ୍କୁଟି, ଅଳ୍ପକେ ବର୍ତ୍ତିଲେ ଚାଳକ

ନୀଳଗିରି : ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ଅଧିନ ଜାତୀୟ ରାଜପଥ ସେରଗଡ଼ ଓଭରବ୍ରିଜ୍ ଉପରେ ଜଳିଗଲା ସ୍କୁଟି । ଅଳ୍ପକେ ବର୍ତ୍ତିଲେ ଚାଳକ । ଗୁରୁବାର ଦିନ ୯ଟାରେ ଏହି ଘଟଣା ଘଟିଛି । ଗୁରୁବାର ସକାଳ ୯ଟା ବେଳେ ସୋର ଥାନା ଅଧିନ ସୀତାପୁର ଅଞ୍ଚଳର ବିଶ୍ଵଜିତ ମହାନ୍ତି ତାଙ୍କ ସ୍କୁଟି ଯୋଗେ ଯାଉଥିଲା । ସେରଗଡ଼ ଓଭରବ୍ରିଜ୍ ଉପରେ ହଠାତ୍ ସ୍କୁଟିରୁ ଧୂଆଁ ବାହାରିଥିଲା । ଏହା ଦେଖି ବିଶ୍ଵଜିତ୍ ସ୍କୁଟିଟିକୁ ରାସ୍ତା ଉପରେ ଠିଆ କରି କିଛି ଦୂରକୁ ଚାଲିଯାଇଥିଲେ । ଦେଖୁଦେଖୁ ସ୍କୁଟିଟି ହୁତୁହୁତୁ ହୋଇ ଜଳି ଉଠିଥିଲା । କ୍ଷଣିକ ମଧ୍ୟରେ ଗାଡିଟି ସମ୍ପୂର୍ଣ୍ଣ ଜଳିଯାଇଥିଲା ଖବର ପାଇ ଖଣ୍ଡପଡ଼ା ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଖଣ୍ଡପଡ଼ା ପୋଲିସ ସ୍କୁଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.