oom

ସମଲେଇଚୁଆଁ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

jsmm

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସମଲେଇଚୁଆଁ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଲୋକନାଥ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ବିଭୁଦତ୍ତ ରାଜହଂସ ମୁଖ୍ୟ ଅତିଥିଭାବେ ଯୋଗଦେଇ ଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍‌ଘାଟନ କରିବା ସହ ବିଦ୍ୟାଳୟର ଉନ୍ନତି ପାଇଁ ଛାତ୍ରଛାତ୍ରୀ, ଅବିଭାବକ ଓ ଶିକ୍ଷକ, ଶିକ୍ଷୟିତ୍ରୀ ସମର୍ପିତ ହେବାକୁ ପ୍ରେରଣା ଦେଇଥିଲେ । ଶିକ୍ଷକ ଆଲୋକ ପଧାନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବରିଷ୍ଠ ଶିକ୍ଷକ ନାରାୟଣ ମେହେର ବାର୍ଷିକ ବିବରଣୀ ପଠନ କରିଥିଲେ । ମୁଖ୍ୟ ବକ୍ତାଭାବେ ଡୁଙ୍ଗୁରିପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ପ୍ରଧ୍ୟାପକ ସରୋଜ କୁମାର ଦାଶ ଯୋଗଦେଇ ଡିଜିଟାଲ ଗଣମାଧ୍ୟମ ଅପେକ୍ଷା ଖବର କାଗଜ ଓ ପୁସ୍ତକ ପଠନକୁ ଜୀବନର ବ୍ରତ କଲେ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ଦିଗରେ ବିକାଶ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ । ଏସ୍‌ଏମ୍‌ସି ଅଧ୍ୟକ୍ଷ ହୁତାଶନ ସେଠୀ, ପଞ୍ଚସଖା ଶିକ୍ଷାସେତୁ ସଭାପତି ରାଧାକାନ୍ତ ଗଡତିଆ, ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ଆନନ୍ଦ ପଧାନ ଓ ଡିଲେ ସାହୁ ସମ୍ମାନିତ ଅତିଥିଭାବେ ଯୋଗଦେଇ ମନ ଯୋଗୀ ହୋଇ ପାଠ ପଢି ଉଜ୍ଜ୍ୱଳ ଭବିଷ୍ୟତ ଗଢିବାକୁ ପ୍ରେରଣା ଦେବା ସହ ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନକରି ଉତ୍ସାହିତ କରିଥିଲେ । ଶିକ୍ଷକ ରବୀନ୍ଦ୍ରନାଥ ଭୋଇ, ହିମାଂଶୁ ସାହୁ, କେଶବ କୁଅଁର, ଶିକ୍ଷୟିତ୍ରୀ ସୀମା ସାହୁ, ଅମ୍ରିତା ନାଏକ, ପୁର୍ଣ୍ଣିମା ମେହେର, କର୍ମଚାରୀ ଅଭିଷେକ ମାଝୀ, ଧନପତି ଦୀପ, ମଧୁ ରାଜହଂସ, ବିପିନ ବଗର୍ତ୍ତି, ସ୍କାଉଟ ଗାଇଡ଼, ରେଡ଼କ୍ରସ ଓ ସମସ୍ତ ଛାତ୍ରଛାତ୍ରୀ ତଥା ଅବିଭାବକ ସହଯୋଗ କରିଥିଲେ । ଛାତ୍ରୀମାନେ ସ୍ୱାଗତ ସଂଗୀତ ଗାଇବା ସହ ଅତିଥିଙ୍କୁ ଫୁଲତୋଡ଼ା ଓ ଉପଢୌକନ ଦେଇ ସ୍ୱାଗତ କରିଥିଲେ । ପୂର୍ବ ସିଆରସିସି ତଥା ବରିଷ୍ଠ ଶିକ୍ଷକ ନାରାୟଣ ମେହେର ସଭା ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ଶୁଭଶ୍ରୀ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାୟ ୨୫୦ଜଣ ଛାତ୍ରଛାତ୍ରୀ ଓ ଅବିଭାବକ ଭାଗ ନେଇଥିଲେ । ଶିକ୍ଷକ ହ୍ୱାଲଦାର ଗଡତିଆଙ୍କ ମାର୍ଗ ଦର୍ଶନରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ମୋହିଥିଲା ।

jittmm
Leave A Reply

Your email address will not be published.