csstore

ଧନକାଉଡ଼ା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ ସ୍ପଷ୍ଟ ଦୃଷ୍ଟି’

ସମ୍ବଲପୁର,(ନିରୋଜ କୁମାର ପାଣୀ) : ସମ୍ବଲପୁରରେ ନୂତନ ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ ଯୋଗ ଦାନ କରିଥିବା ଲକ୍ଷ୍ମଣ ଭୋଇଙ୍କ ନିର୍ଦ୍ଦେଶନା ଓ ଦିଗ୍‌ଦର୍ଶନ ତଥା ସ୍ଥାନୀୟ ବ୍ଲକ ଶିକ୍ଷା ବିଭାଗ, ଧନକଉଡ଼ । ଆନୁକୂଲ୍ୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସେବା ଶ୍ରୀ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସ୍ଥାନୀୟ ଚନ୍ଦ୍ର ଶେଖର ବେହେରା ଜ଼ିଲ୍ଲା ଉଚ୍ଚ ବିଦ୍ୟାଳୟଠାରେ ଉଚ୍ଚ କୃତି ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଏକ ଅଭିନଵ କାର୍ଯ୍ୟକ୍ରମ ‘ସ୍ପଷ୍ଟ ଦୃଷ୍ଟି’ ବିଷୟଗତ ସନ୍ଦେହ ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ତଥା କାର୍ଯ୍ୟକ୍ରମର ମୁଖ୍ୟ ଭାବେ ଧନକଉଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ଭୋଇ ଏବଂ ଅନ୍ୟାନ୍ୟ ଅତିଥି କରନ ଶର୍ମା, ଶ୍ରୀମତୀ ଲୋକିତା ଦାସ ଉପସ୍ଥିତ ରହି ଆଗାମୀ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଉଚ୍ଚ ଫଳାଫଳ ଆଶାୟୀ ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ନିମନ୍ତେ ସୁପ୍ରସ୍ତୁତିର ଦିଗଦର୍ଶନ ଦେଇ ଥିଲେ ଏବଂ ବିଭିନ୍ନ ବିଦ୍ୟାଳୟରୁ ଆସି ଥିବା ଶିକ୍ଷକ ଶିକ୍ଷୟତ୍ରୀ ସାଧନ କର୍ମୀ ମାନେ ଛାତ୍ରଛାତ୍ରୀଙ୍କ ବିଷୟଗତ ସନ୍ଦେହ ମୋଚନକରି ଥିଲେ । ଅତିଥି ମାନଙ୍କ ଉପଦେଶ ଅଧିବେଶନ ଓ ପ୍ରଶ୍ନ ଉତ୍ତର ଅଧିବେଶନ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଖୁବ ଉପାଦେୟ ଥିଲା ।

jayashree
Leave A Reply

Your email address will not be published.