ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସୁପରିଚିତ ଅନୁଷ୍ଠାନ ଫ୍ରେଣ୍ଡସ କ୍ଳବ ପକ୍ଷରୁ ଦ୍ୱିତୀୟ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ସହର ସ୍ଥିତ ପୃଥ୍ୱୀରାଜ ହାଇସ୍କୁଲ ଖେଳ ଉଦ୍ଘାଟିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଲୋଟସ ଷଢଙ୍ଗୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବରେ ବଲାଙ୍ଗିର ପୌର ପରିଷଦରେ ଅଧ୍ୟକ୍ଷା ଲିକା ସାହୁ, ସମ୍ମାନିତ ଅତିଥିଭାବରେ ଉପ ଜିଲ୍ଲାପାଳ ଆଲୋକ ପଟେଲ ଉପସ୍ଥିତ ରହି ଆଜିର ଦ୍ୱିତୀୟ ରାଜ୍ୟସ୍ତରୀୟ ମ୍ୟାଚକୁ ଉଦ୍ଘାଟନ କରିଥିଲେ । ଅତିଥିମାନଙ୍କୁ ଅନୁଷ୍ଠାନରେ ସମ୍ପାଦକ ଜଗନ୍ନାଥ ମିଶ୍ର ଓ କୋଷାଧକ୍ଷ ରଞ୍ଜିତ ବେହେରା ଉପଢୌକନ ଦେଇ ସମ୍ମାନିତ କରିଥିଲେ । ଅନୁଷ୍ଠାନର କୋଡିନେଟର ମନୋଜ କୁମାର ମିଶ୍ର ଓ ମଧୁ ଵନଛୋର ଟିମ ମାନଙ୍କୁ କୋଡିନେଟ କରିଥିଲେ । ପ୍ରଥମ ଦିନରରେ ପ୍ରସିଦ୍ଧ ଫୁଟବଲ ଖେଳାଳି ଡା. ସିଦ୍ଧେଶ୍ୱର ମିଶ୍ର ଓ ଜାତୀୟ ବ୍ୟାଟମିଟନ ଦିବ୍ୟମ କେଜ୍ରିୱାଲଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ମାନୀତ କରାଯାଇଥିଲା । ମ୍ୟାଚ କମିଶନର ଭାବରେ ଶରତ କୁମାର ନନ୍ଦ ଦାୟିତ୍ୱ ତୁଲାଇଥିବା ବେଳେ ସଂଜୀବ ମହାରଣା, ସୁଦର୍ଶନ ସେଠ୍, ରାଜେନ୍ଦ୍ର ଧରୁଆ, ଦେବାଶିଷ ବାଗ ଓ ନର୍ସିଙ୍ଗ ସ୍ୱାମୀ ନାଇଡ଼ୁ ଖେଳକୁ ପରିଚଳନା କରିଥିଲେ । ପ୍ରଥମାର୍ଦ୍ଧ ଖେଳରେ କଦଳୀପାଲି ବରଗଡ଼ ଗୋଟେ ଗୋଲରେ ଆଗରେ ରହିଥିଲା । ଦ୍ୱିତୀୟ ଖେଳରେ କଦଳୀପାଳି ଦଳ ପୁନଃ ଏକ ଗୋଲ ଦେଇ ଦଳକୁ ଦୁଇ ଶୂନରେ ଅଗ୍ରଣୀ କରାଇଥିଲେ । ଶେଷରେ କଦଳୀପାଳି ଦଳ ଦୁଇ ଶୂନ ଗୋଲରେ ବିଜୟ ହାସଲ କରିଥିଲା । ଆଜିକାର ଜଣେ ଭାଗ୍ୟଶାଳି ଦର୍ଶକ ବବି ଚନ୍ଦନ ଲଟେରୀ କୂପନଦ୍ୱାରା ଏକ ହାତ ଘଣ୍ଟା ପୁରସ୍କାର ପାଇଥିଲେ । ପବିତ୍ର ଖୁଣ୍ଟିଆ, ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ, ଦେବେନ୍ଦ୍ର ପାତ୍ର, ଟିକୁ ପରିଚ୍ଛା, ଆକାଶ ମିଶ୍ର, ମନୋଜ ଦୀପ, ପ୍ରଦୀପ ସିଂହ, କିଶୋର ଦଣ୍ଡସେନା, ଲଷ୍ମୀ ନାରାୟଣ ସ୍ୱାଇଁ, ସମୁନାଥ ମିଶ୍ର, ଗୋବିନ୍ଦ ଶତପଥୀ, କମ୍ଭୁ ତ୍ରିପାଠୀ, ସୋନୁ ପଟ୍ଟନାୟକ, ମୁନା ପାଳ, ନିତ୍ୟା ପଧାନ, ରାମ ମିଶ୍ର, ଇନ୍ଦ୍ର ନନ୍ଦ, ପୃଥ୍ୱୀରାଜ ବରାଡ଼, ନିଶାର କାନ୍ତ ନାଗ, ରାଜୁ ସାହୁ, କିଶୋର ଜୁଏଡ଼,ସନତ ତ୍ରିପାଠୀ, ମଣ୍ଟୁ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ । ଆସନ୍ତା କାଲି ମଙ୍ଗଳବାର ସ୍ପୋର୍ଟ ହଷ୍ଟେଲ ମୟୁରଭଞ୍ଜ ବନାମ ଦୋସ୍ତି ବ୍ରଦର୍ସ ସୁନ୍ଦରଗଡ଼ ମଧ୍ୟରେ ଖେଳ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି ।