ବାରିପଦା, (ଦେବସ୍ମିତ ଚୌଧୁରୀ) : ଯୁବ ପ୍ରତିଭା ମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ କଳାକୁ ଲୋକଲୋଚନକୁ ଆଣିବାରେ ଦି ଇଉଫୋରିଆ ଅନୁଷ୍ଠାନ ୨୬ ବର୍ଷ ଧରି ତାର ପ୍ରଚେଷ୍ଟାରେ ଲାଗି ରହିଛି । ରାଜ୍ୟସ୍ଥରୀୟ ଆନ୍ତମହାବିଦ୍ୟାଳୟ ସାଂସ୍କୃତିକ ମହୋତ୍ସବ ଇଉଫୋରିଆ-୨୦୨୫ ବିଗତ ୪ ଦିନ ଧରି ସ୍ଥାନୀୟ ଶହୀଦ ସ୍ମୃତି ଭବନରେ ସଭାପତି ତାପସ ପାଢ଼ୀଙ୍କ ତତ୍ୱାବଧାନରେ ସଂପର୍ଣ୍ଣ ହୋଇଯାଇଛି । ଏହି ମହୋତ୍ସବର ଉଦ୍ଯାପନୀ ସନ୍ଧ୍ୟାରେ ଓଡ଼ିଆ ସିଙ୍ଗର ସୌରଭ ଭରଦ୍ୱାଜ ସମସ୍ତଙ୍କୁ ସଂଗୀତରେ ବାନ୍ଧି ରଖିଥିଲେ । ତାଙ୍କ ସହିତ ଇଣ୍ଟରନେସନାଲ ୟୁଟ୍ୟୁବର ଲବ ହାଁସଦାଙ୍କୁ ଦେଖିବା ପାଇଁ ଯୁବପିଢି ମାନଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବା ପାଇଁ ମିଳିଥିଲା ବୋଲି ସମ୍ପାଦକ ସତ୍ୟ ସ୍ୱରୂପ ଦାସ ଜଣାଇଛନ୍ତି । ସ୍ଥାନୀୟ ସହୀଦ ସ୍ମୃତି ଭବନରେ ୪ ଦିନ ଧରି ଏହି ମହୋତ୍ସବରେ ୧୭ଟି ଏକକ ଓ ୭ଟି ଦଳଗତ ପ୍ରତିଯୋଗିତା ହେବା ସହିତ ମିଷ୍ଟର ଓ ମିସ ଇଉଫୋରିଆ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯଇଥିଲା ବୋଲି ଅଧକ୍ଷ ଅସିତ କୁମାର ଗିରି ଜଣାଇଛନ୍ତି । ଉପସଭାପତି ଶିବନାରାୟଣ ମିଶ୍ର, ଅଂକୁର ଖୁରାନାଙ୍କ ସହିତ ମିସ ଖୁସି କୁମାର ମଞ୍ଚ ପରିଚାଳନା କରୁଥିଲେ ବୋଲି ସଂସ୍କୃତିକ ସମ୍ପାଦକ ରାକେଶ ବେହେରା ଜଣାଇଛନ୍ତି । ଅତିଥି ଭାବେ ମୁନସିପାଲଟି ଅଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି, ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ ଗଦାଧର ପୁଟି, ସଂଜୀବ ଦ୍ୱିବେଦୀ, ଓଡ଼ିଆ ଫିଲ୍ମ ପ୍ରଯୋଜକ ଶୁଭେନ୍ଦୁ ସାହୁ, ଉମେଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ବାରିପଦା, ରାଇରଙ୍ଗପୁର, ଝାରପୋଖରୀଆ, ଖୁଣ୍ଟା, କଟକ, ଭୁବନେଶ୍ୱର, ବ୍ରହ୍ମପୁର ସମେତ ଓଡିଶାର ବହୁ କଲେଜ ପ୍ରତିଯୋଗୀମାନେ ଅଂଶ ଗ୍ରହଣ କରିଥିଲେ । ବାରିପଦାର ନମ୍ବର ୱାନ ଡାନ୍ସ ଗ୍ରୁପ, ଇନସପାଆର ଡାନ୍ସ ଷ୍ଟୁଡିଅ, ଆର୍.ଏନ୍ ଡାନ୍ସ ଗ୍ରୁପ, ଡ୍ରପ ବିଟସ ଡାନ୍ସ ଷ୍ଟୁଡିଅ, ଅନଲୀ ୱାନ ଡାନ୍ସ ଷ୍ଟୁଡିଅ ମଞ୍ଚରେ ନୃତ୍ୟର କଳା ପରିବେଷଣ କରିଥିଲେ । ମିଷ୍ଟର ଇଉଫୋରିଆ ଭାବେ ରେଭେନସା ୟୁନିଭର୍ସିଟିର ଶିବ ଶଙ୍କର ଦାସ ଏବଂ ମିସ ଇଉଫୋରିଆ ଭାବେ ସତ୍ୟସାଇ ବିଦ୍ୟା ବିହାରର ସୁଲଗ୍ନା ଦାସ ବିବେଚିତ ହୋଇଛନ୍ତି । ଡିସିପ୍ଲିନ ଟିମ ରାଇରଙ୍ଗପୁର କଲେଜକୁ ମିଳିଥିବା ବେଳେ ଚାମ୍ପିୟନ ଟିମ ହେଇଛନ୍ତି ରେଭେନସା ୟୁନିଭର୍ସିଟି । କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ତୁଳାଇ ଥିଲେ । ସୁଶାନ୍ତ ଆଚାର୍ଯ୍ୟ, ଅନମୋଲ ଯୋଶୀ, ଲିଜ଼ାରାଣୀ ସାହୁ, ବିଭାସ ଦାସ, ମହେଶ କୁମାର ସାହୁ, ଧନଞ୍ଜୟ ସାହୁ, ଦେବବ୍ରତ ଦେ, ଅଂଶୁମାନ ରଥ, ଆୟୁଷ ପ୍ରିୟଦର୍ଶ ପ୍ରମୁଖ ସହଯୋଗ କରିଥିଲେ ବୋଲି ଉପସଭାପତି ପଙ୍କଜ ସାହୁ ଜଣାଇଛନ୍ତି ।