oom

କର୍କଟ ମୁକ୍ତ ଭାରତ ଅଭିଯାନ ଓ ସ୍ୱାସ୍ଥ୍ୟ ସେବା ଶିବିର

jsmm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭାରତକୁ କର୍କଟ ରୋଗ ମୁକ୍ତ କରିବାର ଉଦ୍ଦେଶ୍ୟ ନେଇ ଏବେ ଚାରିଆଡେ ସ୍ୱାସ୍ଥ୍ୟ ସଚେତନତା ଶିବିର ଜାରି ରହିଛି । ସେହି କ୍ରମରେ ସମାଜସେବୀ ପ୍ରଶାନ୍ତ କରଙ୍କ ପ୍ରଚେଷ୍ଟାରେ ଓ ବିଜୁ ପଟ୍ଟନାୟକ ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ, ବ୍ରହ୍ମପୁରର ମିଳିତ ସହଯୋଗରେ ସ୍ଥାନୀୟ କେ. ଆର୍ଯ୍ୟପଲ୍ଲୀ ସ୍ଥିତ କମ୍ୟୁନିଟି ହଲରେ ଏକ ସ୍ୱାସ୍ଥ୍ୟ ସଚେତନତା ଶିବିର ଓ ମାଗଣା ଔଷଧ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରର ଆରମ୍ଭରେ କର୍କଟ ମୁକ୍ତ ଭାରତ ଅଭିଯାନର ବାର୍ତ୍ତାକୁ ନେଇ ସ୍ଥାନୀୟ ସେବାଶ୍ରମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଏକ ରାଲି ବାହାରି ଲୋକଙ୍କୁ ସଚେତନ କରାଯାଇଥିଲା । ପରେ ଡ଼ଃ ଶ୍ୟାମସୁନ୍ଦର ମହାରଣା, ଡ଼ଃ ୱାଇ ଲକ୍ଷ୍ମୀ, ଡ଼ଃ ସିଦ୍ଧାର୍ଥ ଶତପଥୀ, ଲ୍ୟାବ ଟେକ୍ନିସିଆନ ସଂହିତା ପଣ୍ଡାଙ୍କ ତତ୍ୱାବଧାନରେ ଆସିଥିବା ଡାକ୍ତରୀ ଦଳ ଶତାଧିକ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଯକ୍ଷ୍ମା, ମଧୁମେୟ, ଥାଇରଏଡ଼ ତଥା ଗଣ୍ଠି ଯନ୍ତ୍ରଣା ଭଳି ଅନେକ ରୋଗରୁ କିପରି ହୋମିଓପ୍ୟାଥି ଔଷଧ ସେବନ ଦ୍ୱାରା ମୁକ୍ତି ମିଳିପାରିବ ସେନେଇ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ପରେ ଏହି ସଚେତନତା ଶିବିରରେ ଡ଼ଃ ରବୀନ୍ଦ୍ର କୁମାର ସାହୁ ଓ ସ୍ଥାନୀୟ ହରିପୁର ମେଡ଼ିକାଲ ଅଫିସର ଡ଼ଃ ସ୍ମରଣିକା ସାହୁ ଅତିଥି ଭାବେ ଆସି ଯୋଗ ଦେଇଥିଲେ । ସେହିପରି କାର୍ଯ୍ୟକ୍ରମର ପ୍ରାରମ୍ଭରେ ସମାଜସେବୀ ଶ୍ରୀ କର ଏଠାରେ ଅତିଥି ଭାବେ ଉପସ୍ଥିତ ଥିବା ସମସ୍ତ ଡାକ୍ତରୀ ଦଳ, ମେରାଇନ ଆଇ.ଆଇ.ସି ବିଦ୍ୟାଭାରତୀ ନାୟକ, ଏ.ଏସ.ଆଇ. ବିଚିତ୍ର ପ୍ରସାଦ ଜେନା, ଛତ୍ରପୁର ଏସଡ଼ିଜେଏମ୍ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ରଙ୍କୁ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଲସିତ ବରଣ ବେହେରା, କାହ୍ନୁଚରଣ ବେହେରା, ଜ୍ୟୋତି ପ୍ରକାଶ ରାଓ, ଖଗପତି ବେହେରା, ସୁରେଶ କୁମାର ବେହେରା, ପି. ଭଗବାନ, ମୃତ୍ୟୁଞ୍ଜୟ ବେହେରା, ତ୍ରିପତି ବାଲାଜି ମିଶ୍ର ପ୍ରମୁଖ ଉପସ୍ଥିତ ରହି ଏହି ଶିବିର ସୁଚାରୁ ରୂପେ ପରିଚାଳନା କରିବାରେ ଯଥା ସମ୍ଭବ ସହାୟତା କରିଥିଲେ ।

jittmm
Leave A Reply

Your email address will not be published.