ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡିଶାର ଜଣେ ଲବ୍ଧ-ପ୍ରତିଷ୍ଠିତ ନାଟ୍ୟକାର, ଗାଳ୍ପିକ, କବି ମଞ୍ଚ ପରିଚାଳକ, ନିର୍ଦ୍ଦେଶକ ଯେ, କି ଛତ୍ରପୁର ମାଟିରେ ବଢ଼ିଥିଲେ । ନାଟ୍ୟକାର କିଶୋର ଚନ୍ଦ୍ର ସାହୁଙ୍କ ବିୟୋଗରେ ଏକ ଶୋକସଭା ଛତ୍ରପୁର ନିକଟସ୍ଥ ପୁରୁଣା ବ୍ୟାଘ୍ରଦେବୀ ମନ୍ଦିର ବେଢ଼ା ପରିସର ମଧ୍ୟରେ ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ ତଥା ସଂଯୋଜକ ଅରୁଣ କୁମାର ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୋକସଭାରେ ନାଟ୍ୟକାର କିଶୋର ଚନ୍ଦ୍ର ସାହୁ (ଆକାଶ) ଜଣେ ନିଆରା ଧର୍ମୀର ଏକ ଅନନ୍ୟ କଳା ପ୍ରତିଭା ସମ୍ପନ୍ନ ବ୍ୟକ୍ତିତ୍ଵ ବୋଲି ସାଧାରଣରେ କୁହାଯାଇଛି । ତାହାଙ୍କ ବିୟୋଗରେ ଗଭୀର ଶୋକ ପ୍ରସ୍ତାବ ଆଗତ କରାଯିବା ସାଂଗକୁ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ମା’ ରାମଚଣ୍ଡୀ ମନ୍ଦିର ଟ୍ରଷ୍ଟ ପରିଚଳନା ଓ ପୂଜା କମିଟି ସଂଯୋଜକ କମଲ କୁମାର୍ ପଣ୍ଡା, ସହ ସଂଯୋଜକ ତୁଷାର କାନ୍ତ ଶତପଥୀ, ସଦସ୍ୟ ତ୍ରିପତି ବାଲାଜୀ ମିଶ୍ର, ସୁଧୀର ମହାରଣା ଏବଂ ଛତ୍ରପୁର ନୃତ୍ୟ ଗୁରୁ ମହାସଂଘ ସଭାପତି କେ.ସତ୍ୟନାରାୟଣ ରେଡ୍ଡୀ, ଉପସଭାପତି ପ୍ରଶାନ୍ତ କୁମାର ପଟ୍ଟନାୟକ, ସମ୍ପାଦକ ଜୀବନ କୁମାର ମହାରଣା, ଡ଼ଃ.ଭି. ରାଜେନ୍ଦ୍ର ରାଜୁ, ପ୍ରତିଭା କଲେଜ ଅଧ୍ୟକ୍ଷ ଚିନ୍ମୟ କୁମାର ଦାଶ, ଆନ୍ତଃ ଜାତୀୟସ୍ତରୀୟ ଓଡ଼ିଶୀ ନୃତ୍ୟ ଗୁରୁ ଶ୍ରୀମତୀ ଅଳକା ସାହୁ, ରିଙ୍କୁ ନାୟକ, ସମୀର କୁମାର ବେହେରା ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ନାଟ୍ୟକାର କିଶୋର ଚନ୍ଦ୍ର ସାହୁଙ୍କ ସ୍ମୁତି ଚାରଣ କରି ଗଭୀର ଶୋକ ପ୍ରକାଶ କରିଛନ୍ତି ।