oom

ବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘର ୧୨ତମ ବାର୍ଷିକ ଉତ୍ସବ

jsmm
  • ସାମ୍ବାଦିକଙ୍କ ସୁରକ୍ଷା, ସମ୍ମାନ ନିତାନ୍ତ ଜରୁରୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଆଜି ବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘର ୧୨ତମ ବାର୍ଷିକ ଉତ୍ସବ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମେ ବଙ୍ଗୋମୁଣ୍ଡା ଗାଁର ଅଧିଷ୍ଠାତ୍ରୀ ଦେବୀ ମାଁ ଦ୍ୱାରସେନିଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଆୟୋଜିତ ସାଧାରଣ ସଭାରେ ସଂଘର ସଭାପତି ରଶ୍ମିରଞ୍ଜନ ପୁଟେଲଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ବଙ୍ଗୋମୁଣ୍ଡା ବ୍ଲକ ସରପଞ୍ଚ ସଂଘ ସଭାପତି ଅଜିତ କୁମାର ଯୋଶୀ, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ରାଜୀବ ସଗରିଆ,ସମ୍ମାନିତ ଅତିଥି ବ୍ଲକ ଉପାଧ୍ୟକ୍ଷ କେଶବ ନାରାୟଣ ଜୈନ, ସାମାଜିକ କର୍ମୀ ସୁରଥ ବେହେରା, ସଂଘର ସାଧାରଣ ସମ୍ପାଦକ ହୁଲେଶ୍ୱର ହଂସ, ଲୋକଶକ୍ତି ଅନୁଷ୍ଠାନର ନିର୍ଦ୍ଦେଶକ ଅଜିତ ପ୍ରଧାନ, ସଂଘର ଉପଦେଷ୍ଟା ଅର୍ଧେନ୍ଦୁ ଯାଦବ, ସଂଘର ଉପସଭାପତି ସୁଶାନ୍ତ ବେହେରା, ଅନିଲ ତ୍ରିପାଠୀ, ସାମ୍ବାଦିକ ପୁଷ୍ପକେତୁ ବେହେରା, ନାରାୟଣ ମିଶ୍ର, ଆଇନଜୀବୀ ଉଦ୍ଧବ ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ସାମ୍ବାଦିକ ମାନଙ୍କ ସୁରକ୍ଷା, ସମ୍ମାନ, ପେନସନ ପ୍ରଦାନ ପାଇଁ ଅତିଥି ମାନେ ଦାବି କରିଥିଲେ । ବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘର ବିଭିନ୍ନ କାର୍ଯ୍ୟକ୍ରମକୁ ଅତିଥି ମାନେ ପ୍ରଶଂସା କରିଥିଲେ । ସାମ୍ବାଦିକ ମାନେ ଗ୍ରାଉଣ୍ଡ ଜିରୋକୁ ଯାଇ ସାଧାରଣ ଲୋକଙ୍କ ସମସ୍ୟାକୁ ପ୍ରଶାସନ ଓ ସରକାରଙ୍କ ଠାରେ ଖବର ମାଧ୍ୟମରେ ପହଂଚାଇବା ପାଇଁ ଅତିଥି ମାନେ ଆହ୍ୱାନ କରିଥିଲେ । ସଂଘର ସାଧାରଣ ସମ୍ପାଦକ ହୁଲେଶ୍ୱର ହଂସ ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ । ସଂଘ ପକ୍ଷରୁ ଅତିଥି ମାନଙ୍କୁ ସ୍ମୃତିଫଳକ ଓ ଚାରା ପ୍ରଦାନ କରାଯାଇଥିଲା । କାର୍ଯ୍ୟକାରୀ ସଭାପତି ଅଶୋକ ନାରାୟଣ ଭୋଇ ସଭା ସଂଯୋଜନା କରିଥିବା ବେଳେ ଉପସଭାପତି ସୁଶାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଉପଦେଷ୍ଟା ଅଶୋକ କୁମାର ଖମାରି, ସହ ସମ୍ପାଦକ ଦିନେଶ ଜୈନ, ସୁଶାନ୍ତ ଥନାପତି, ରାଧେଶ୍ୟାମ ମେହେର, ନିତ୍ୟାନନ୍ଦ ପୃଷେଠ, ସ୍ୱେଚ୍ଛାସେବୀ ଭକ୍ତବନ୍ଧୁ ସାହୁ, ପ୍ରଭୁଲାଲ ବେହେରା, ବୈଷ୍ଣବ ଯାନୀ, ଟେକାଚନ୍ଦ୍ର ନାଗ, ବଂଶୀଧର ବେହେରା ପ୍ରମୁଖ ସହଯୋଗ କରିଥିଲେ । ଏଥିରେ ବିଭିନ୍ନ ସଂଗଠନର କର୍ମକର୍ତ୍ତା ମାନେ ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.