ଜଙ୍ଗଲରୁ ଦୁଇ ନିଖୋଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର , ହତ୍ୟା ସନ୍ଦେହ

ମାଲକାନଗିରି : ଦୁଇ ନିଖୋଜ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ଅବସ୍ଥାରେ ଜଙ୍ଗଲରୁ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଛାତ୍ରୀ ଦୁଇ ଜଣ ହେଲେ ୭୨ଗ୍ରାମର ଜ୍ୟୋତି ହାଲଦାର (୧୨) ଓ ଏମଭି ୧୨୬ ଗ୍ରାମର ମନ୍ଦିରା ସୋଡି (୧୩) ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହା ଆତ୍ମ ହତ୍ୟା କି ହତ୍ୟା ସନ୍ଦେହ ଘେରରେ ରହିଛି । ଏମଭି ୭୨ଗ୍ରାମର ତିମିର ହାଲଦାରଙ୍କ କନ୍ୟା ଜ୍ୟୋତି ହାଲଦାର, (୧୨) ଓ ଏମଭି ୧୨୬ ଗ୍ରାମର ୱାଗା ସୋଡିଙ୍କ କନ୍ୟା ମନ୍ଦିରା ସୋଡି (୧୩) ଗୁରୁବାର ବିଦ୍ୟାଳୟକୁ ଆସି ଆଉ ଘରକୁ ଫେରିନଥଲେ । ପରିବାର ପକ୍ଷରୁ ଏମଭି ୭୯ଥାନାରେ ଦୁଇ ଛାତ୍ରୀଙ୍କ ନିଖୋଜ ସମ୍ପର୍କରେ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ ଜାରି ରଖିଥିଲା। ଶନିବାର ସକାଳେ ବିଦ୍ୟାଳୟ ଠାରୁ ପ୍ରାୟ ୩କିଲୋମିଟର ଦୂର ବିଲିଗୁଡା ଗ୍ରାମ ନିକଟ ଜଙ୍ଗଲ ମଧ୍ୟରେ ଏକ ଆମ୍ବ ଗଛରେ ଦୁଇଜଣ ଛାତ୍ରୀଙ୍କୁ ଝୁଲନ୍ତା ଅବସ୍ଥାରେ ଝୁଲୁଥିବାର ଗ୍ରାମର କିଛି ମହିଳା ଦେଖି ଥିଲେ । ପରେ ଖବର ପ୍ରଚାର ହେବା ପରେ ମାଲକାନଗିରି ଏସ୍ଡ଼ିପିଓ ସଚିନ ପାଟେଲ ଥାନା ପୁଲିସ ଘଟଣା ସ୍ଥଳେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.