ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ପଞ୍ଚାୟତି ହାଇସ୍କୁଲ ଖେଳପଡିଆରେ ଚାଲିଥିବା ୧୧ତମ ଜିଲ୍ଲାସ୍ତରୀୟ ଫୁଟବଲ୍ ପ୍ରତିଯୋଗିତା ଶୁକ୍ରବାର ଉଦ୍ଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ ଜରାସିଂହା ଓ ନକଟାସର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଏକ ତୀବ୍ର ପ୍ରତିଦ୍ୱନ୍ଦିତାପୂର୍ଣ୍ଣ ମ୍ୟାଚରେ ଜରାସିଂହା ଦଳ ୩-୨ ଗୋଲରେ ନକଟାସର ଦଳକୁ ପରାସ୍ତ କରି ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି । ଉଦ୍ଯାପନୀ ଉତ୍ସବରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି, ଜିଲ୍ଲା ବିଜେପି ସଭାପତି ଓ ମୁଖ୍ୟ ଆୟୋଜକ ତଥା ବରିଷ୍ଠ ମ୍ୟାଚ୍ ରେଫରୀ ଶ୍ରୀବତ୍ସ ବେହେରା, ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା, ଲଖନା ସମିତି ସଭ୍ୟ ଭୀମସେନ ବାଗ, ଗୁଡିଘାଟ ବିଜେପି ମଣ୍ଡଳ ସଭାପତି ରାମୁ କୁମ୍ଭାର, ଗାଁରେଇ ମଣ୍ଡଳ ସଭାପତି ପ୍ରଦୀପ ବଛା, ହଳଦୀ ମଣ୍ଡଳ ସଭାପତି ସୁବାସ ପୋଢ଼, ହାଇସ୍କୁଲ ମୁଖ୍ୟ କିରାଣୀ ପ୍ରଦୀପ ପୁଟେଲ, ଆତ୍ମା ଅଧ୍ୟକ୍ଷ ସୁରେଶ ଭୋଇ, ଅବସରପ୍ରାପ୍ତ ଖେଳ ଶିକ୍ଷକ ଶ୍ରୀପତି ଷାଣ୍ଢ, ବରିଷ୍ଠ ଫୁଟବଲ୍ ଖେଳାଳୀ ରମାରଂଜନ ପାତ୍ର, ରାଜୀବ ସେନା ପ୍ରମୁଖ ରାଜୀବ କୁମାର ମହାନ୍ତି, ବରିଷ୍ଠ ବିଜେପି ନେତା ନାରାୟଣ ସାହୁ, ବ୍ଲକ ଆଦିବାସୀ କଲ୍ୟାଣ ସଂଘ ସଭାପତି ରାଜୀବ କୁଅଁର, ଉପଦେଷ୍ଟା ପ୍ରଫୁଲ୍ଲ ବଘାର, ବିଜେପି କର୍ମୀ ହରେକୃଷ୍ଣ ସାହୁ, ୟୁଥ୍ ଏଣ୍ଡ ସ୍ପୋର୍ଟିଁଙ୍ଗ କ୍ଲବ ସଭାପତି ପଦ୍ମଲୋଚନ ବାଗ, ସାଧାରଣ ସମ୍ପାଦକ ପ୍ରଦୀପ ବଘାର, କାର୍ଯ୍ୟକାରୀ ସଭାପତି ଭିକି ମହାରଣା ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଚମ୍ପିୟାନ ଦଳକୁ ଟ୍ରଫି ସହ ୧୦ହଜାର ଟଙ୍କା ଓ ରନର୍ସ ଅଫ ଦଳକୁ ଟ୍ରଫି ସହ ୭ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ମ୍ୟାଚକୁ ଶ୍ରୀବତ୍ସ ବେହେରା, ଦୁଷ୍ମନ୍ତ ସାହୁ, ଭୋଜରାଜ ଭୋଇ, ଦୁଷ୍ମନ୍ତ ବେହେରା ଓ ଯୁବରାଜ ଭୋଇ ପରିଚାଳନା କରିଥିଲେ । ଅଫିସିଆଲ ମ୍ୟାଚ ରେଫରୀ ରୂପେ ଶରତ ପଧାନ ଦାୟିତ୍ୱରେ ଥିଲେ । ସୁଦାମ ବଘାର, ଲିଲୁମୋହନ ପଧାନ, ପ୍ରଭୁଦାସ କୁମ୍ଭାର ଧାରା ବିବରଣୀ ପ୍ରଦାନ କରିଥିଲେ । ମ୍ୟାନ ଅଫ ଦି ମ୍ୟାଚ୍ କରନ ଦଣ୍ଡସେନା, ବେଷ୍ଟ ଗୋଲ କିପର ରୋହିତ ଭିତିରିଆ, ବେଷ୍ଟ ଡିଫେନ୍ସ ଡାକ୍ତର ଭାଟି ଓ ବେଷ୍ଟ ସ୍କୋରର ରୂପେ ଶାନ୍ତନୁ ଭୋଇଙ୍କୁ ପୁରସ୍କୃତ କରାଯାଇଥିଲା । ଆୟୋଜକ ମୁରିବାହାଲ ୟୁଥ୍ ଏଣ୍ଡ ସ୍ପୋର୍ଟିଙ୍ଗ କ୍ଲବର ସଭାପତି ବଡ଼ ଭୋଇ, ସମ୍ପାଦକ ଦିବ୍ୟସୁନ୍ଦର ସାହୁ, କୋଷାଧ୍ୟକ୍ଷ ସୁଧାଂଶୁ ପୋଡ଼ ଯାଦବଙ୍କ ସହ କେଦାର ବଡଜେନା, ସାମନ୍ତ ବାଗ, ପ୍ରକାଶ ବଘାର, ଯଶୋବନ୍ତ ନାଏକ, ଗୋପୀନାଥ ମାଝୀ, ଦୂର୍ବାଦଳ ଭୋଇ, ଖଗେଶ୍ୱର ଭୋଇଙ୍କ ସହ କ୍ଲବର ସମସ୍ତ ସଦସ୍ୟଙ୍କ ସହ ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।