ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଦିନରେ ଜନ୍ମଦିନକୁ ଲୋକେ ବନ୍ଧୁବାନ୍ଧବଙ୍କ ଗହଣରେ କେକ୍ କାଟି ନାଚଗୀତ, ବ୍ୟାଣ୍ଡ ବାଜା ସହ ବଡ ଧୁମ୍ଧାମ୍ରେ ପାଳନ କରୁଛନ୍ତି । କିନ୍ତୁ ଠିକ୍ ସେତିକି ବେଳେ ଜନ୍ମଦିନରେ ରକ୍ତଦାନ କରି ଜନ୍ମଦିନ ଉତ୍ସବ ପାଳନ କରିବାକୁ କିଛି ଯୁବକ ଆଗେଇ ଆସିଛନ୍ତି । ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜର ସକ୍ରିୟ ସଦସ୍ୟ ପୁଇଁତଲା ବ୍ଲକର ଦଗଶିଲ ପ୍ରଧାନ ସ୍ୱେଚ୍ଛାକୃତ ଭାବେ ନିଜ ଜନ୍ମଦିନ ଉତ୍ସବରେ ବଲାଙ୍ଗିର ରକ୍ତ ଭଣ୍ଡାରରେ ରକ୍ତଦାନ କରିଛନ୍ତି । ରକ୍ତଦାନ ସମୟରେ ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇ, ବ୍ଲକ ବ୍ୟାଙ୍କ ଇନ୍ଚାର୍ଜ ନରେଶ ମିଶ୍ର, ଷ୍ଟାଫ୍ ରୋଜାଲିନ ନାୟକ, ପୁଇଁତଲା ବ୍ଲକ ସଦସ୍ୟ ପ୍ରକାଶ ପ୍ରଧାନ, ଅଜିତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ରକ୍ତଦାନ ପରେ ଯୁବ ସଂଗଠନ ତରଫରୁ ଦଗଶିଲ ପ୍ରଧାନଙ୍କୁ ଫୁଲଗଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ସମସ୍ତ ଯୁବ ସମାଜ ନିଜ ଜନ୍ମଦିନରେ ରକ୍ତଦାନ କରି ଏକ ଅମୂଲ୍ୟ ଜୀବନ ବଂଚାଇବାକୁ ଆଗେଇ ଆସନ୍ତୁ ବୋଲି ଯୁବ ସଂଗଠନ ତରଫରୁ ଆହ୍ୱାନ କରାଯାଇଛି ।