csstore

ବିଜେଡି ଦଳକୁ ବଡ଼ ଝଟକା : ବିଜେପିରେ ମିଶିଲେ ବିଜେଡି ନେତା

ଲୋଇସିଂହା : ବରକାନୀ ସମିତି ସଭ୍ୟ ବାଳକୃଷ୍ଣ କୁମ୍ଭାର, ମାଧିଆପାଲି ସମିତି ସଭ୍ୟ ମନ ପଟେଲ, ଭୁଣ୍ଡିମୁହାଁଣ ସମିତି ସଭ୍ୟ ସୁବୋଧ ବରିହା, ମାୟାବର୍ହା ସମିତି ସଭ୍ୟ ଗୌତମ ସେଠ, ସାହାଜ ବାହାଲ ସମିତି ସଭ୍ୟ ବିନୋଦ ମହାଲିଙ୍ଗ ଏବଂ ଚୁଡ଼ାପାଲି ସମିତି ସଭ୍ୟ ଚୈତନ୍ୟ ମହାଲିଙ୍ଗ, ପ୍ରତାପ ଯୋଶୀ, ମନୋଜ ବରିହାଙ୍କ ସମେତ ଅନେକ ବିଜେଡ଼ି କର୍ମୀ ବିଜୁ ଜନତା ଦଳ ପରିତ୍ୟାଗ କରି ଭାରତୀୟ ଜନତା ପାର୍ଟିର ନୀତି ଆଦର୍ଶ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ବଳିଷ୍ଠ ନେତୃତ୍ୱ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚ଼ରଣ ମାଝୀଙ୍କ ବିକାଶ ମୂଳକ କାର୍ୟ୍ୟରେ ଅନୁପ୍ରାଣିତ‌ ହୋଇ‌ ଲୋଇସିଂହା ସ୍ଥିତ ନଅଗାଁ (ଖ) ବିଜେପି କାର୍ଯ୍ୟାଳୟ ଠାରେ ଆୟୋଜିତ ମିଶ୍ରଣ ପର୍ବରେ ଭାରତୀୟ ଜନତା ପାର୍ଟିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି । ମନ୍ତ୍ରୀ ତଥା ବିଧାୟକ ମୁକେଶ ମହାଲିଙ୍ଗ ନୂତନ ଭାବରେ ଯୋଗଦାନ କରିଥିବା ନେତାଙ୍କୁ ସ୍ଵାଗତ କରିବା ସହ ଶୁଭେଚ୍ଛା ଜଣାଇଥିଲେ ।

jayashree
Leave A Reply

Your email address will not be published.