oom

ଦହମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

jsmm

ଭୋଗରାଇ, (ଶିବ ନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଖରିଦପିପଳ ପଞ୍ଚାୟତ ଅଧୀନ ଦହମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଆୟୋଜିତ ସଭାକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆଲୋକ କୁମାର ପ୍ରଧାନ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଓଷ୍ଟାର ସଭାପତି ଗୌରୀ ଶଙ୍କର ତ୍ରିପାଠୀ, ମୁଖ୍ୟବକ୍ତା ଭାବେ ସାହିତ୍ୟିକ ତଥା କବି କାଳିକିଙ୍କର ଦାସ, ବିଶିଷ୍ଟ ଅତିଥି ଭାବେ ଦହମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ପବନ କୁମାର ବେହେରା, ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟା ବିନତୀ ସାହୁ , ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ତଥା ସ୍ୱପ୍ନଦୀପ ପତ୍ରିକାର ସଂପାଦୀକା ସୌଭାଙ୍ଗିନୀ ମିଶ୍ର, ପରିଚାଳନା କିମିଟି ଉପସଭାପତି ସଞ୍ଜୁଲତା ପାଳ, ଅତିଥି ଶିକ୍ଷକ ସପନ କୁମାର ଦେ, ଶିକ୍ଷୟିତ୍ରୀ ଉତ୍କଳା ରାଣୀ ସାହୁ, ଅବସର ପ୍ରାପ୍ତ ଶିକ୍ଷକ ପଣ୍ଡିତ ଭୂଦେବ ଚନ୍ଦ୍ର ପଣ୍ଡା, ଶିକ୍ଷକ ଅତସ କୁମାର ଦାସ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ । ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ଶିକ୍ଷକ ଦେବବ୍ରତ ଦେ ଅତିଥିମାନଙ୍କୁ ମଞ୍ଚକୁ ଆହ୍ୱାନ ସହ ପରିଚୟ ପ୍ରଦାନ କରିôତଲେ । ଶିକ୍ଷକ ବନ ବିହାରୀ ସିଟ୍ ବେଦପାଠ ଏବଂ ଶିକ୍ଷକ ଅରୋଜ କାନ୍ତି ଗିରି ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ । ଉକ୍ତ ଉତ୍ସବରେ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ଟ୍ରଫି ସହ ମାନପତ୍ର ପ୍ରଦାନ କରାଯାଇ ଥିବା ବେଳେ ସଂଧ୍ୟାରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଟକ “ରାଣ୍ଡି ପୁଅ ଅନନ୍ତା ” ପରିବେଷଣ କରାଯାଇଥିଲା ।

jittmm
Leave A Reply

Your email address will not be published.