oom

ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଅଇଁଲାସାରୀର ପ୍ରଧାନ ଶିକ୍ଷକ ବୁଡ଼ୁ ପ୍ରଧାନଙ୍କ ଅବସର କାଳୀନ ସମ୍ବର୍ଦ୍ଧନା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଅଇଁଲାସାରୀର ପ୍ରଧାନ ଶିକ୍ଷକ ବୁଡ଼ୁ ପ୍ରଧାନଙ୍କ ଅବସର କାଳୀନ ସଭାରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ସୁଶ୍ରୀ ରୀନା ଜେନା ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥିଭାବେ ପୁଇଁନ୍ତଲା ବ୍ଲକ ଅଧ୍ୟକ୍ଷ ସରୋଜ କୁମାର ପ୍ରଧାନ ସଭାକୁ ଉଦ୍‌ଘାଟନ କରି କହିଥିଲେ ଯେ, ଶିକ୍ଷକମାନେ ସମାଜର ମେରୁଦଣ୍ଡ । ଶିକ୍ଷକମାନଙ୍କ ବିନା ସମାଜର ସର୍ବାଙ୍ଗୀନ ଉନ୍ନତୀ ଅସମ୍ଭବ । ଛାତ୍ରଛାତ୍ରୀମାନେ ଶିକ୍ଷକମାନଙ୍କୁ ସମ୍ମାନ ଓ ଭକ୍ତି କରିବାକୁ ଉପଦେଶ ଓ ପରାମର୍ଶ ଦେଇଥିଲେ । ବିଦାୟୀ ଶିକ୍ଷକ ଜଣେ ଛାତ୍ର ବତ୍ସଳ, ସମାୟୁନୁବର୍ତ୍ତି, କର୍ତ୍ତବ୍ୟ ପରାୟଣ, ମିଷ୍ଟଭାଷୀ, ଶୃଙ୍ଖଳା ପ୍ରିୟ, ଅନୁଶାସକ ଓ ବିଦ୍ୟାଳୟର ହିତାକାଂକ୍ଷୀ ଭାବେ ପରିଚିତ । ଆଗାମୀ ଅବସର ଜୀବନ ସୁସ୍ଥ ସୁଖମୟ ଓ ସମାଜ ସେବାରେ ଜୀବନଯାପନ କରନ୍ତୁ ଈଶ୍ୱରଙ୍କ ଠାରେ ପ୍ରାର୍ଥନା କରିଥିଲେ । ସଭାରେ ମୁଖ୍ୟବକ୍ତା ଭାବେ ପୂର୍ବତନ ଗୋଷ୍ଠୀ ଶିକ୍ଷା ଅଧିକାରୀ, ପୁଇଁନ୍ତଲା ବ୍ଲକ ତଥା ବର୍ତ୍ତମାନ କଲାହାଣ୍ଡି ଜୁନାଗଡ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ନେପାଳ ଚନ୍ଦ୍ର ବାଗ ମଂଚକୁ ଶୋଭାମଣ୍ଡନ କରିଥିଲେ । ସେ ନିଜ ବକ୍ତବ୍ୟରେ କହିଥିଲେ ଯେ, ବିଦାୟୀ ପ୍ରଧାନ ଶିକ୍ଷକ ଜଣେ ଛାତ୍ର ବତ୍ସଳ, ସମାୟୁନୁବର୍ତ୍ତୀ, ଶୃଙ୍ଖଳାପ୍ରିୟ, କର୍ତ୍ତବ୍ୟନିଷ୍ଟ, ଶିକ୍ଷାପ୍ରେମୀ, ସାହିତ୍ୟ ପ୍ରେମୀ, ଦେଶ ପ୍ରେମୀ ଓ ପରପୋକାରୀ ଶିକ୍ଷକ ଭାବେ ସୁପରିଚିତ । ସେ ଜଣେ ଆଦର୍ଶ ଶିକ୍ଷକ । ସଭାରେ ସମ୍ମାନୀତ ଅତିଥିଭାବେ ସରକାରୀ, ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଅଇଁଲାସାରୀର ପୂର୍ବତନ ଭାରପ୍ରାପ୍ତ ପ୍ରଦାନ ଶିକ୍ଷକ ପରିକ୍ଷୀତ କୁମାର, ଝାରମୁଣ୍ଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କପିଳେଶ୍ୱର କୁମ୍ଭାର, ଛେଲିଆପାଟ ଉଚ୍ଚ ବିଦ୍ୟାଳୟ, ଭରସୁଜାର ସହକାରୀ ବରିଷ୍ଠ ଶିକ୍ଷକ ଆନନ୍ଦ କୁମାର ସାହୁ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀମତୀ ସଞ୍ଜଳୀ ଦୀପ, ଅଇଁଲାସାରୀ ସରପଂଚ ଶ୍ରୀମତୀ ମନ୍ଦନା ବେହେରା ଓ ସମିତି ସଭ୍ୟା ଶ୍ରୀମତୀ ସସ୍ମିତା ସାହୁ ମଂଚାସୀନ ଥିଲେ । ସମସ୍ତ ମଂଚାସୀନ ଅତିଥି ବୃନ୍ଦ ବିଦାୟୀ ପ୍ରଧାନ ଶିକ୍ଷକଙ୍କ ଶିକ୍ଷାଦାନ ପଦ୍ଧତି, ସମାୟନୁବର୍ତ୍ତିତା, କର୍ତ୍ତର୍ତବ୍ୟ ପରାୟଣତା, ଶୃଙ୍ଖଳା ବର୍ଦ୍ଧତା, ଅନୁଶାସନ ଓ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ବିଷୟରେ ସ୍ମୃତିଚାରଣ କରି ଭୂୟସୀ ପ୍ରଶଂସା କରିଥିଲେ । ପରେ ଦିବ୍ୟାଳୟର ଛାତ୍ରଛାତ୍ରୀମାନେ ବିଦାୟୀ ଶିକ୍ଷକଙ୍କୁ ଜଣେ ଛାତ୍ରବତ୍ସଳ, ସମାୟାନୁବର୍ତ୍ତି, ମିଷ୍ଟଭାଷି ଶୃଙ୍ଖଳା ପ୍ରିୟ, ନିଷ୍ଠାପର ଓ ଅନୁଶାସକ ଭାବେ ପ୍ରଶଂସା କରିଥିଲେ । ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତୟୀମାନେ ତଥା ଶ୍ରୀମତୀ ରାଜନନ୍ଦିନୀ ଛତର, କାହ୍ନୁ ଚରଣ ନାଏକ, ସିଦ୍ଧାନ୍ତ କୁମାର ପାଣିଗ୍ରାହୀ ଓ ପୂର୍ବତନ ବିଦ୍ୟାଳୟ ଶିକ୍ଷକ ଉକାଲୁ ସା ପ୍ରଧାନ ଶିକ୍ଷକଙ୍କ ଶୈକ୍ଷିକ, ଅଣ ଶୈକ୍ଷିକ କାର୍ଯ୍ୟକଳାପକୁ ପ୍ରଶଂସାକରି ଆଗାମୀ ଅବସର ଜୀବନ ସୁସ୍ଥ, ସୁଖମୟ ଓ ସମାଜ ସେବାର ଜୀବନ ଅତିବାହିତ କରିବାକୁ ଈଶ୍ୱରଙ୍କଠାରେ ପ୍ରାର୍ଥନା କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ପୁଇଁନ୍ତଲା ବ୍ଲକର ସମସ୍ଥ ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ସୁଶ୍ରୀ ରୀନା ଜେନା ସଭାପତିତ୍ୱ କରିଥିଲେ । ସଭାରେ ମଂଚାସୀନ ଥିଲେ । ଛତାମଖନା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନୀଳମଣି ପଟେଲ, ଆଟଗାଁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲିପ କୁମାର ଯୋଶୀ, ମହିମୁଣ୍ଡା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁନିଳ ଭୋଇ, ଭାଲେର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପବିତ୍ର ମୋହନ ଗୁରୁ, ଜାମଗାଁ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ସାହୁ, ଜବାହରଲାଲ୍‌ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସ୍ୱାଧୀନ କୁମାର ସାହୁ, ବହଲପଦର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦିଲିପ କୁମାର ବାରିକ ଓ ଛତାପିପଲ ଉଚ୍ଚ ବିଦ୍ୟାଳୟ ବିଜ୍ଞାନ ଶିକ୍ଷକ ଜୟକୃଷ୍ଣ ନାଏକ । ସମସ୍ତ ପ୍ରଧାନ ଶିକ୍ଷକ ବୃନ୍ଦ ବିଦାୟୀ ଶିକ୍ଷକଙ୍କୁ ଜଣେ ଛାତ୍ର ବତ୍ସଳ ସମାୟନୁବର୍ତ୍ତି, ଶୃଙ୍ଖଳାପ୍ରିୟ, କର୍ତ୍ତବ୍ୟନିଷ୍ଠ, ମେଳାପି ଓ ପ୍ରକୃତି ପ୍ରେମି ତଥା ଶୈକ୍ଷିକ ଓ ଅଣ ଶୈକ୍ଷିକ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ବିଦ୍ୟାଳୟର ଆଲୁମିନି ସଭାପତି ଯଦୁ ଦୀପ, ବିଦାୟୀ ଶିକ୍ଷକଙ୍କ ବିଷୟରେ ଏକ ଗୀତ ଗାଇ ସମସ୍ତଙ୍କୁ ମନ୍ତ୍ର ମୁଗ୍ଧ କରିଦେଲେ । ଆଉ ଜଣେ ପ୍ରତିଭାବାନ ଶିକ୍ଷକ କବି ଜାମଗାଁ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ରାଜକିଶୋର ପଣ୍ଡା ବିଦାୟୀ ଶିକ୍ଷକଙ୍କ ବିଷୟରେ ଏକ ଗୀତ ଲେଖି ଓ ଛାତ୍ରୀମାନଙ୍କ ଦ୍ୱାରା ଗାନକରି ଶ୍ରୋତାଙ୍କୁ ବିମୋହିତ କରିଦେଲେ । ସଭାଶେଷରେ ବିଦାୟୀ ପ୍ରଧାନ ଶିକ୍ଷକ ପିଲାମାନଙ୍କୁ କେତେକ ନୀତି ଓ ଉପଦେଶ ବାର୍ତ୍ତା ଦେଇଥିଲେ । ଭଳ ମଣିଷ ହେବାକୁ ହେଲେ, ଜୀବନରେ ସମାୟୁନୁବର୍ତ୍ତିତା, ନିଷ୍ଠାପରତା, ଶୃଙ୍ଖଳାବର୍ଦ୍ଧତା, ସତ୍ୟବାଦିତା, ସଞ୍ଜମତା, ଗୁରୁଜନ, ପିତାମାତାଙ୍କୁ ସମ୍ମାନ ଓ ଭକ୍ତି କରିବା ତଥା ସମସ୍ତଙ୍କୁ ଉତ୍ତମ ଆଚରଣ ପ୍ରଦର୍ଶନ କରିବା । ପରିଶେଷରେ ବିଦାୟୀ ଶିକ୍ଷକଙ୍କ ପାଇଁ ଆଣିଥିବା ଉପହାର ସ୍ୱରୁପ ମାନପତ୍ର ଓ ଉତ୍ତରୀୟ ଗୁଡିକ ଦେଇ ଛାତ୍ରଛାତ୍ରୀ, ପୁଇଁନ୍ତଲା ବ୍ଲକର ସମସ୍ତ ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ, ସହକାରୀ ଶିକ୍ଷକ, ଶିକ୍ଷିକା ଓ ଅଭିଭାବକ, ଅଭିଭାବିକା ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ବିଦ୍ୟାଳୟର ପୂର୍ବତନ ଶିକ୍ଷକ ଉକାଲୁ ସା ମଂଚକୁ ସୁନ୍ଦର ଭାବେ ପରିଚାଳନା କରିଥିଲେ । ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ସୁଶ୍ରୀ ରିଙ୍କିଲ ସାହୁ ସାମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ସଭାପତିଙ୍କୁ ଧନ୍ୟବାଦ ଦେଇ ସଭାପତିଙ୍କ ନିର୍ଦ୍ଦେଶରେ ସଭା ସମାସ୍ତ ଘୋଷଣା କରାଯାଇଥିଲା ।

jittmm
Leave A Reply

Your email address will not be published.