csstore

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଚନ୍ଦନଭାଟିଠାରେ ସାମୁହିକ ମାତୃ ସମ୍ମିଳନୀ ଅନୁଷ୍ଠିତ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଶିଶୁ ବିଦ୍ୟା ମନ୍ଦିର, ଚନ୍ଦନଭାଟିରେ ସାମୁହିକ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା ସମିତିର ସମ୍ପାଦକ ଡ଼ଃ. ଲକ୍ଷ୍ମଣ କୁମାର ମେହେର ମୁଖ୍ୟ ଅତିଥିଭାବେ ଯୋଗଦାନ କରି ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶ୍ରୀ ଗଣେଶ କରିଥିଲେ, ତଥା ଶିଶୁ ଗଠନରେ ତଥା ଉତ୍ତମ ନାଗରିକ ଗଠନରେ ମାଆମାନଙ୍କର ଭୂମିକା ଉପରେ ଆଲୋଚନା କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପ୍ରଭୁଦତ୍ତ ବିଶି ନିଜ ବକ୍ତବ୍ୟରେ, ପରିବାର ପ୍ରବୋଧନ ବିଷୟ ଉପସ୍ଥାପନ କରିଥିଲେ । ବିଦ୍ୟାଳୟର ବରିଷ୍ଠ ଗୁରୁଜୀ ଟିକେଶ୍ୱର ମିଶ୍ର ଅତିଥି ପରିଚୟ ତଥା ସଭା ସଂଯୋଜନା ଓ ମାଆମାନଙ୍କ ଶଙ୍କାମୋଚନ କରିଥିଲେ । ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଭଉଣୀମାନେ ସ୍ୱାଗତ ସଂଗୀତ ପରିବେଶଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶତାଧିକ ମାଆ ଉପସ୍ଥିତ ଥିଲେ । ସମସ୍ତ, ଆଚାର୍ଯ୍ୟ, ଆଚାର୍ଯ୍ୟା ତଥା ସେବିକାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସଂପାଦିତ ହୋଇଥିଲା ।

jayashree
Leave A Reply

Your email address will not be published.