pr

ଫୁଲକିମୁଣ୍ଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ପୁରାତନ ଛାତ୍ରଛାତ୍ରୀଙ୍କ ସମ୍ମିଳନୀ

dr. purohit

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ବ୍ଲକ ଫୁଲକିମୁଣ୍ଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ଆଲୁମିନି, ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପାଲ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରିଣୀ ପ୍ରତୀକ୍ଷା ସାହୁ, ସମ୍ମାନିତ ଅତିଥି ରୂପେ ପୂର୍ବତନ ସରପଞ୍ଚ ମୋହନ ସୁନା, ସାମାଜିକ ସମୀକ୍ଷକ ତଥା ମାଷ୍ଟର ଟ୍ରେନର ଡ଼. ଅଭୟ କୁମାର ତ୍ରିପାଠୀ, ଯୁବ ସାମ୍ବାଦିକ ଅଶୋକ କୁମାର ବାଗ ମଞ୍ଚାସୀନ ଥିଲେ । କିଛି ସମୟ ହେବ ଜ୍ଞାନର ଆଲୋକ ବିତରଣ କ୍ଷେତ୍ରରେ ଓ ସୁନାଗରିକ ଗଠନ କରିବା ଦିଗରେ ଫୁଲକିମୁଣ୍ଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କେବେ ପଛଘୁଞ୍ଚା ଦେଇନାହିଁ । ଏହି ସ୍କୁଲରୁ ପାଠ ପଢି ଆଜି ଦେଶ ବିଦେଶରେ ଅନେକ ଛାତ୍ର-ଛାତ୍ରୀ ସୁନାମ ଅର୍ଜନ କରିଛନ୍ତି । କବି, ଲେଖକ, ଶିକ୍ଷକ, ଅଧ୍ୟାପକ, ଡାକ୍ତର, ପ୍ରଶାସକ ପ୍ରମୁଖ ସମାଜର ଅନେକ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇପାରିଛନ୍ତି ଏହି ସ୍କୁଲର ଛାତ୍ରଛାତ୍ରୀ । ଏହି ଅବସରରେ ବିଦ୍ୟାଳୟର ୨୨ଜଣ ପୁରାତନ ଛାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରେମ କିଶୋର ପୃଷ୍ଟି, ବିଦ୍ୟାଧର ବାଗ, ଯଶୋବନ୍ତ ସାହୁ, ଶିବ ମେହେର, ଶଙ୍ଖଧର ମାଝୀ, ମୂରଲୀଧର ମେହେର ପ୍ରମୁଖ ପୁରାତନ ଛାତ୍ରଙ୍କ ସମେତ ଶିକ୍ଷୟିତ୍ରୀ, ଶିକ୍ଷକ ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.