pr

ମହାମାୟା ପବ୍ଲିକ ସ୍କୁଲରେ ବିଜ୍ଞାନ ମେଳା

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ମହାମାୟା ପବ୍ଲିକ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ୟୁ-କେଜିରୁ ନବମ ଶ୍ରେଣୀର ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାରର ବିଜ୍ଞାନ ପ୍ରକଳ୍ପ ମାଧ୍ୟମରେ ସାଂପ୍ରତିକ ପରିସ୍ଥିତିକୁ କିପରି ଭାବରେ ମୁକାବିଲା କରିପାରିବା ତାହା ପ୍ରଦର୍ଶନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବରେ ଶ୍ରୀମତୀ ଜ୍ୟୋତିର୍ମୟୀ ସାହୁ ନିର୍ଦ୍ଦେଶିକା ମହାମାୟା ଗ୍ରୁପ, କଣ୍ଠେସ୍ୱର ସାହୁ ବିଜ୍ଞାନ ଶିକ୍ଷକ ଆଦର୍ଶ ବିଦ୍ୟାଳୟ ଫ୍ରେଜରପୁର, ଶ୍ରୀମତୀ ସଂଗୀତା ସାହୁ ବିଜ୍ଞାନ ଶିକ୍ଷୟତ୍ରୀ ଯମୁନା କନ୍ଧୁଣୀ ଉଚ୍ଚ ବିଦ୍ୟାଳୟ ପାଇକମାଲ ଶ୍ରୀମତୀ ସୋନାଲି ମହାଲିକ ବିଜ୍ଞାନ ଶିକ୍ଷୟିତ୍ରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇକମାଲ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପ୍ରସ୍ତୁତ କରିଥିବା ବିଜ୍ଞାନ ପ୍ରକଳ୍ପମାନଙ୍କୁ ମୂଲ୍ୟାଙ୍କନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଦ୍ୟାଳୟର ଅଧ୍ୟକ୍ଷ ୟଶୋଦେବ ଭୋଇ, ସଂଯୋଜକ ଅକ୍ଷୟ କୁମାର ଦାଶ ତଥା ଶିକ୍ଷକଶିକ୍ଷୟତ୍ରୀ ମାନଙ୍କ ମଧ୍ୟରୁ ଲିଙ୍ଗରାଜ ପ୍ରଧାନ, ବିନୁ ବେଶ୍ରା, ଗୁପତ ଦୀପ, ପ୍ରଶାନ୍ତ ହରିପାଲ, ତ୍ରିଲୋଚନ ସାହୁ, କର୍ଣ୍ଣିକା ପ୍ରଧାନ, ମେନକା ସ୍ୱାଇଁ, କିଶୋରୀ ସାହୁ, ମଲ୍ଲିକା କୁମ୍ଭାର, ରିତୁନନ୍ଦା ମହାନନ୍ଦ, ଇପ୍ସିତା ବୋହିଦାର, ପୂଜା ପଣ୍ଡା, ଶୁଭଦର୍ଶୀନୀ ହୋତା, ପୂଜାରାନୀ ସାହୁ, ଉଜଲା ବରିହା, ନିଳେନ୍ଦ୍ରି ଦାଶ, ଜ୍ୟୋତିପ୍ରଭା ସାହୁ, କ୍ରିଷ୍ଣା ପ୍ରଧାନ, ମଞ୍ଜୁ ବାରିକ ଏବଂ ଲକ୍ଷ୍ମୀ ଦାଶ, ସଞ୍ଜୁଲତା ପ୍ରଧାନ, ଲକ୍ଷ୍ମୀଦୀପ ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.