oom

ସୁନାବେଡ଼ା ହାଲ ଟାଉନସିପରେ ପ୍ରାଇଭେଟ୍ ସିକ୍ୟୁରିଟି ଗାର୍ଡଙ୍କ ଧର୍ମଘଟ : ସମାନ କାମକୁ ସମାନ ଦରମା ଦାବି

jsmm

କୋରାପୁଟ, (ସୁନାମ ହନ୍ତାଳ) : ପ୍ରାଇଭେଟ୍ ସିକ୍ୟୁରିଟି ଗାର୍ଡଙ୍କ ଧର୍ମଘଟ । ସମାନ କାମକୁ ସମାନ ଦରମା ଦାବି । ସୁନାବେଡ଼ା ହାଲରେ କାର୍ଯ୍ୟରତ ପ୍ରାଇଭେଟ୍ ସିକ୍ୟୁରିଟି କର୍ମଚାରୀ ସଂଘ ଆନ୍ଦୋଳନରେ ଓହ୍ଲାଇବା ସହ ଆଜି ଠାରୁ କାର୍ଯ୍ୟବନ୍ଦ କରିଛନ୍ତି । ସୁନାବେଡ଼ା ହାଲ ଟାଉନସିପ ସିକ୍ୟୁରିଟି ସଂଘ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ସମସ୍ତ ସିକ୍ୟୁରିଟି ଗାର୍ଡ । ଦୀର୍ଘ ୧୨ ବର୍ଷ ଧରି ନିଜ ଦାୟିତ୍ୱରେ କେବେ ଅବହେଳା ନକରି କାର୍ଯ୍ୟ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ହାଲ ପକ୍ଷରୁ ଦରମା ବୃଦ୍ଧି, ପେନସନ ଭଳି ଯୋଜନାରେ ଅନ୍ତର୍ଭୁକ୍ତ କରୁ ନାହାନ୍ତି । ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ଓଲଟା ଦାବି ପୂରଣ ବଦଳରେ ଚାକିରିରୁ ଛଟେଇ କରିବାକୁ ଧମକ ଦେଉଛନ୍ତି । କେନ୍ଦ୍ର ସରକାର ବିଭିନ୍ନ ପ୍ରତିନୁଷ୍ଠାନ କାର୍ଯ୍ୟରତ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି କରିଥିବା ବେଳେ ଏବେ ଯାଏ କାର୍ଯ୍ୟକାରୀ କରାଯାଉ ନାହିଁ, ନିୟମ ଅନୁସାରେ କାର୍ଯ୍ୟରତ ସମସ୍ତ ସିକ୍ୟୁରିଟି ଗାର୍ଡଙ୍କ ସମାନ କାମକୁ ସମାନ ଦରମା ନିୟମ ଲାଗୁ କରିବାକୁ ସଂଘ ଦାବି କରିଛି । ଯଦି ଦାବି ପୂରଣ ନ ହୁଏ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ, କାର୍ଯ୍ୟ ବନ୍ଦ ରହିବ ବୋଲି କହିଛନ୍ତି ।

jittmm
Leave A Reply

Your email address will not be published.