ଅମାନବିକତା : ଦଳିତ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ପରେ ବିଭତ୍ସ ହତ୍ୟା

ଲଖ୍‌ନୋ : ଉତ୍ତର ପ୍ରଦେଶରେ ଥମୁନି ବର୍ବର କାଣ୍ଡ । ଅମାନବିତାର ସୀମା ଲଂଘନ କଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି । ଲଖ୍‌ନୋଠାରୁ ୨୩୦ କିମି ଦୂରବର୍ତ୍ତୀ ମାହୋବା ଗ୍ରାମରେ ଜଣେ ଦଳିତ ନାବାଳିକା ଛାତ୍ରୀ(୧୬)ଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ବେଳେ ଏହି ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ତେବେ ମିଳିଥିବା ସୂଚନା ଅନୁସାରେ ନୃଶଂସ ଦୁଷ୍କର୍ମକାରୀମାନେ ଦ୍ୱାଦଶ ଶ୍ରେଣୀର ଛାତ୍ରୀ ପୀଡ଼ିତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ବିଭତ୍ସ ଭାବରେ ଏକ ଗଛରେ ଟାଙ୍ଗି ଦେଇଥିବା ଜଣାପଡ଼ିଛି । ପୀଡ଼ିତାଙ୍କ ମା’ଙ୍କ ଅଭିଯୋଗକୁ ଆଧାର କରି ପୋଲିସ ପକ୍ଷରୁ ତନାଘନା ତଦନ୍ତ ଆରମ୍ଭ ହୋଇଥିବା ବେଳେ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ୍‌ କରାଯାଇଥିବା କୁହାଯାଇଛି ।

Leave A Reply

Your email address will not be published.