- ନୂଆପଡାକୁ ହରାଇ ବରଗଡ ବିଜୟୀ
- ମୁଖ୍ୟ ଆକର୍ଷଣ କମେଡ଼ି କିଙ୍ଗ ଯୋଗେଶ ଜୋଜୋ
ମ.ରାମପୁର, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଧବଳେଶ୍ୱର କ୍ରୀଡା ଓ ସାଂସ୍କୃତିକ ଅନୁଷ୍ଠାନ ମୋହନଗିରିରେ ଚାଲିଥିବା ୨୦ତମ ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବୁଧବାର ଫାଇନାଲ ମ୍ୟାଚ୍ ନୂଆପଡ଼ା ବୋଡ଼େନ ବନାମ ବରଗଡ଼ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ମ୍ୟାଚ୍ରେ ନୂଆପଡ଼ା ଟସ୍ ଜିତି ବୋଲିଂ ନିଷ୍ପତି ନେଇଥିଲା । ନିର୍ଦ୍ଧାରିତ ୧୯ ଓଭର୍ରେ ସମସ୍ତ ୱିକେଟ ହରାଇ ୨୪୦ ରନ୍ କରିଥିଲା । ଜବାବରେ ନୂଆପଡ଼ା ୧୯.୪ ଓଭରରେ ସମସ୍ତ ୱିକେଟ ହରାଇ ୧୫୯ ରନ୍ କରି ପରାଜୟ ବରଣ କରିଥିଲା । ବରଗଡ଼ ୮୭ ରନ୍ରେ ବିଜୟ ଘୋଷିତ ହୋଇଥିଲେ । ମୁଖ୍ୟ ଅତିଥି ଭାବରେ ସାଗର ଚରଣ ଦାସ ବିଧାୟକ ଭବାନୀପାଟଣା, ମୁଖ୍ୟବକ୍ତା ମହେନ୍ଦ୍ର କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବରେ ବୁଦ୍ଧେନ୍ଦ୍ର ପ୍ରତାପ ସିଂଦେଓ, ପ୍ରକାଶ ମାଝୀ, ବୈଦ୍ୟ ନାରାୟଣ ଭୋଇ, ସୁରେନ୍ଦ୍ର ଧରୁଆ, ଉଚ୍ଛବ ପ୍ରଧାନ, ଗୋକୁଳାନନ୍ଦ ବିଶ୍ୱାଳ, କର୍ଣିପାଲ ସିଂ ରାଠୋର ଯୋଗଦେଇ ଖେଳାଳି ଓ ଖେଳପ୍ରେମୀ ମାନଙ୍କୁ ଉତ୍ସାହିତ କରିବା ସହିତ ମୋହନଗିରି ଭଳି ଅଞ୍ଚଳରେ ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ କରିଥିବାରୁ ପ୍ରଶଂସା କରିଥିଲେ । ପଶ୍ଚିମ ଓଡିଶାର କମେଡି କିଙ୍ଗ ଯୋଗେଶ ଜୋଜୋ ମୁଖ୍ୟ ଆକର୍ଷଣ ଥିଲେ । ଅନୁଷ୍ଠାନର ସଭାପତି ଶୁକଦେବ ସାହୁ, ସଂପାଦକ ଲକ୍ଷ୍ମୀକାନ୍ତ ବେହେରା, ଉପସଭାପତି ସୂର୍ଯ୍ୟ ନାରାୟଣ ସାହୁ, ସହ ସଂପାଦକ ଦିବାକର ସାହୁଙ୍କ ତତ୍ୱାବଧାନରେ ଏହି ମ୍ୟାଚ୍ରେ ରାଧାକାନ୍ତ ବେହେରା ଏବଂ ସତ୍ୟନାରାୟଣ ମହାପାତ୍ର ଅମ୍ପେୟାର, ଟୁକୁ ମହାନନ୍ଦ ସ୍କୋରର ଦାୟିତ୍ଵ ତୁଳାଇ ଥିଲେ । ଶଶିକାନ୍ତ ମାଝୀ ଏବଂ ସପ୍ନେଶ୍ୱର କର୍ମୀ ଧାରା ବିବରଣୀ ପ୍ରଦାନ କରିଥିଲେ । ଅନୁଷ୍ଠାନର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।