pr

ଦୁର୍ଗାମାଧବ ସରକାରୀ ଉଚ୍ଚ ବିଦ୍ୟାଳୟର ୬୬ତମ ବାର୍ଷିକ ଉତ୍ସବ

dr. purohit

ମ.ରାମପୁର, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ସ୍ଥିତ ଦୁର୍ଗା ମାଧବ ସରକାରୀ ଉଚ୍ଚ ବିଦ୍ୟାଳୟର ୬୬ତମ ବାର୍ଷିକ ଉତ୍ସବ ପାଳିତ ହେଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ଆଚାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆସିଷ୍ଟାଣ୍ଟ ପ୍ରଫେସର ଡଃ. ସୁବ୍ରତ କୁମାର ପାଣିଗ୍ରାହୀ (ମା’ ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ), ମୁଖ୍ୟବକ୍ତା ସତ୍ୟ ନାରାୟଣ ମୁଣ୍ଡ ଛିନ୍ନା (ଅଧ୍ୟକ୍ଷ,ମା’ ମାଣିକେଶ୍ଵରୀ ମହାବିଦ୍ୟାଳୟ, ଥୁଆମୂଳ ରାମପୁର), ସମ୍ମାନିତ ଅତିଥି ପୂର୍ବତନ ଶିକ୍ଷକ ଶିବ ପ୍ରସାଦ ଶତପଥୀ, ଅଧ୍ୟକ୍ଷ ଥୁଆମୂଳ ରାମପୁର ମହାବିଦ୍ୟାଳୟ ସମୀର କୁମାର ସାହୁ, ସରପଂଚ ମ.ରାମପୁର ବୀଣାପାଣି ସାହୁ, ବରିଷ୍ଠ ସଦସ୍ୟ ଏସ୍‌ଏମ୍‌ଡିସି ରଜନୀକାନ୍ତ ମହାଖୁଡ଼ ଯୋଗ ଦେଇଥିଲେ । ଶିକ୍ଷକ ଶେଷଦେବ ସାହୁ କାର୍ଯ୍ୟକ୍ରମ ପରିଚାଳନା ଓ ଶିକ୍ଷକ ଶମ୍ଭୁ ଭୂଷଣ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ସଭା କାର୍ଯ୍ୟ ପରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.