jsm

ଚୋରମରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

csstore

ବଲାଙ୍ଗିର, (କେପିଏନ୍‌ଏସ୍) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଚୋରମରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ କୈଲାଶ ଚନ୍ଦ୍ର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ, ମୁଖ୍ୟବକ୍ତା ରୂପେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଅଜିତ କୁମାର ମିଶ୍ର, ସମ୍ମାନିତ ଅତିଥି ରୂପେ ସାରସମାଲ ଗ୍ରାମ ପଞ୍ଚାୟତ ସରପଂଚ ଗୋପାଳ ଚନ୍ଦ୍ର ବାଗ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଦାଶରଥି ଥନାପତି ଓ ବଡବନ୍ଧ କ୍ଲଷ୍ଟର ସିଆର୍‌ସିସି ଜଗଦୀଶ ପଧାନ ଯୋଗଦେଇଥିଲେ । ଅତିଥି ପରିଚୟ ସହକାରୀ ଶିକ୍ଷୟିତ୍ରୀ ମିକି ଭୋଇ ପ୍ରଦାନ କରିଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ସହକାରୀ ଶିକ୍ଷକ ସୁଶାନ୍ତ କୁମାର ମହାନ୍ତି । ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ସହକାରୀ ଶିକ୍ଷକ ସୁଶାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଗଣ୍ତାରାମ ସାହୁ, ବିନାୟକ ଥନାପତି, ସୀତା ସାହୁ, ମିତ୍ରଭାନୁ ଭୋଇ, ରାଜା କରନ, ସୁଧୀର ବାଗ ପ୍ରମୁଖ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.