csstore

ଟିପିଡବ୍ଲୁଓଡିଏଲ୍ ଆର୍‌ଇସି ସେକ୍ସନ୍ ତରଫରୁ ଗଣତନ୍ତ୍ର ଦିବସ ପାଳିତ

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ଆଜି ସ୍ଥାନୀୟ ବଲାଙ୍ଗିର ପୁଇଁତଲା ଗ୍ରୀଡ୍ ଏବଂ ମାଧିଆପାଲି ଗ୍ରୀଡ୍‌ରେ ୭୬ତମ ଗଣତନ୍ତ୍ର ଦିବସ ପାଳନ ହୋଇଯାଇଛି । ପୁଇଁତଲା ଗ୍ରୀଡ୍‌ରେ ଲାଇନ୍‌ମ୍ୟାନ୍‌ ଏ. ପବିତ୍ର ଖୁଣ୍ଟିଆଙ୍କ ନେତୃତ୍ଵରେ ମୁଖ୍ୟ ଅତିଥି ଭାବେ ସଚ୍ଚିଦାନନ୍ଦ ସାହୁ ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ଲାଇନ୍‌ମ୍ୟାନ୍‌ ବି. ଶିବପ୍ରସାଦ ମିସ୍ତ୍ରୀ, ସୁପରଭାଇଜର ଗୋପୀକାନ୍ତ ବେହେରା, ବିଏ ଲାଇନମ୍ୟାନ ପ୍ରଶନ୍ନ ପଧାନ, ଆଶିଷ ବାଗ, ରାଜେଶ ଦଣ୍ଡସେନା, ପ୍ରବୀଣ ପଧାନ, ଅଜିତ ସେଟ୍, ଜଗାକାଳିଆ ସିଂହ, ନକୁଳ କୁମ୍ଭାର, ପ୍ରଶାନ୍ତ ସାଏ, ବିମ୍ବାଧର ସାଏ, ନାରାୟଣ ସେଠ୍, ବିଜୁ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ । ସେହିପରି ଏହି ସେକ୍ସନ୍‌ର ମାଧିଆପାଲି ଗ୍ରୀଡ୍‌ରେ ମଧ୍ୟ ସେକ୍ସନ୍ ଅଫିସର୍ ରିଆଜୁଲ ହକ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ ଭାରତ ମାତାର ଗୁଣଗାନ କରିଥିଲେ । କମର୍ସିଆଲ ଜେଇ ମନୋଜ ପାତ୍ର ଇଏସ୍ ଓ ବି ତାପସ ବାରିକ, କୃତିବାସ ପଧାନ, ଲାଇନ୍‌ମ୍ୟାନ୍‌ ହରିହର ପଧାନ, ପ୍ରିୟନାଥ ଦଣ୍ଡସେନା, ରୁତୁରାଜ ପଧାନ, ପିତାମ୍ବର ଚନ୍ଦନ ପ୍ରମୁଖ ଯୋଗଦେଇ ୭୬ତମ ଗଣତନ୍ତ୍ର ଦିବସ ପାଳନ କରିଥିଲେ ।

jayashree
Leave A Reply

Your email address will not be published.