csstore

ସୁରଜମଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସୁରଜମଲ ଉଚ୍ଚ ବିଦ୍ୟାଳୟ ସାଉନ୍ତପୁରଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିନୋଦ ସୁନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ପୁଇଁନ୍ତଲା ବ୍ଲକ ଅଧ୍ୟକ୍ଷ ସରୋଜ ପଧାନ ମୁଖ୍ୟ ଅତିଥି, ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋକନାଥ ସୁନା ମୁଖ୍ୟବକ୍ତା, ସରପଂଚ ମାଧବୀ ଲତା ପଟେଲ, ସୁଦର୍ଶନ ଭୋଇ, ପୁରୁଷୋତ୍ତମ ନାଗ, ବିପିନ ବିହାରୀ ପଟେଲ, ମାୟାଧର ପଧାନ, ପ୍ରଦୀପ ପଧାନ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ । ଏହି ଉତ୍ସବରେ ବାର୍ଷିକ ଉତ୍ସବ ଓ ବାର୍ଷିକ କ୍ରୀଡାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଜାତୀୟ ସ୍ତରର କ୍ରୀଡାରେ ଭାଗ ନେଇଥିବା ଛାତ୍ର ଶୁଭଶ୍ରୀ ନାଏକ, ସାରିକା ପଟେଲଙ୍କୁ ପୁରସ୍କୃତ କରାଯାଇଥିଲା । ବାର୍ଷିକ କ୍ରୀଡାରେ ଯୋଗେନ୍ଦ୍ର ପତି ଓ ପ୍ରତିମା ପଟେଲଙ୍କୁ ଚାମ୍ପିୟାନ ଟ୍ରଫି ପ୍ରଦାନ କରାଯାଇଥିଲା । ବିଦ୍ୟାଳୟ ତରଫରୁ ଅମିତ ନନ୍ଦ, ନିହାରିକା ପଧାନଙ୍କୁ ଶ୍ରେଷ୍ଠ ଛାତ୍ରଛାତ୍ରୀ ଭାବରେ ପୁରସ୍କୃତ କରାଯାଇଥିଲା । ଏହି ଉତ୍ସବରେ ମହେଶ ମିଶ୍ର ମଂଚ ପରିଚାଳନା କରିଥିବା ବେଳେ ପ୍ରତିଭା ପାଣିଗ୍ରାହୀ ବାର୍ଷିକ ବିବରଣୀ ପାଠ କରିଥିଲେ । ସୁଶାନ୍ତ ନାଗ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.