csstore

ଜିଲ୍ଲା ଆସିବାସୀ କଲ୍ୟାଣ ସଂଘ ହସ୍ତକ୍ଷେପ ପରେ ମର ଶରୀର ଗାଁକୁ ଫେରିଲା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁତଲା ବ୍ଲକ ଆଟଗାଁ ଗ୍ରାମ ପଂଚାୟତ ଆଟଗାଁର ରଜନୀ କାଂଟା କୁଅଁର ବସୟ (୨୬) ଆଦିବାସୀ ସମ୍ପ୍ରଦାୟର ଜଣେ ଶ୍ରମିକ ଏଠି କାମ ଧନ୍ଦା ନ ମିଳିବାରୁ ଦୁଇଟି ଝିଅ ଗୋଟିଏ ପୁଅ ବାପା ମାଁକୁ ପରିପୋଷଣ ନ କରିପାରିବାରୁ ଆନ୍ଦ୍ରପ୍ରଦେଶର ବିଜୟୱାଡାରେ କାମ କରୁଥିଲେ ହେଲେ ହଠାତ୍‌ ୨୦ ତାରିଖ ତାଙ୍କ ନ୍‌ତ୍ସୀ ପାଖକୁ ଖବର ଆସିଲା ତୋ ସ୍ୱାମୀର ମୃତଦେହ ରେଲୱେ ଷ୍ଟେସନ ପାଖରେ ପଡିଛି । ଆଦିବାସୀ ମହିଳା ପାଖ ପଡୋଶୀକୁ କହିଲେ ହେଲେ ଉପାୟଶୂନ୍ୟ ହୋଇ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଭାପତି ସତ୍ୟନାରାୟଣ ଭୋଇଙ୍କୁ ଅବଗତ କଲେ ସଂଘ ପୋଲିସ ବିଭାଗ, ଶ୍ରମ ବିଭାଗ ସହିତ ଯୋଗାଯୋଗ କରି ଆଜି ଗାଁକୁ ଶବ ପହଂଚି ଥିଲା ଏବଂ ଶବଦାହ କରାଯାଇଥିଲା । ଆମ୍ବୁଲେନ୍ସର ଭଡା ଜିଲ୍ଲା ଆଦିବାସୀ ସଂଘ ଜିଲ୍ଲା ପ୍ରଶାସନ ବହନ କରିଥିଲେ । ଏହି ଦୁଃଖ ସମୟରେ ପୁଇଁତଲା ଥାନା ଅଧିକାରୀ ଶ୍ରୀ ଧରୁଆ ଅତିରିକ୍ତ ଶ୍ରମ ଅଧିକାରୀ ନାରୀ ନେତ୍ରୀ ବବିତା ପୁଟେଲ ଉପସ୍ଥିତ ଥିଲେ । ଗାଁ ଲୋକେ ଆଦିବାସୀ ନେତା ସତ୍ୟନାରାୟଣ ଭୋଇଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ ।

jayashree
Leave A Reply

Your email address will not be published.