oom

ପଲ୍ଲିଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଡୁଡୁକାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଲ୍ଲିଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଡୁଡୁକାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ ହୋଇଯାଇଛି । ପ୍ରଧାନ ଶିକ୍ଷକ ରବିନାରାୟଣ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଜୟନ୍ତୀ ସଭାରେ ଉଭୟ ବରପୁତ୍ରଙ୍କୁ ପୁଷ୍ପମାଲ୍ୟ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ସଂସ୍କୃତ ଶିକ୍ଷକ ଅଶୋକ ମିଶ୍ରଙ୍କ ଦ୍ୱାରା ରଚିତ ଜୀବନୀ ଗୀତକୁ ଛାତ୍ରୀମାନେ ପରିବେଷଣ କରିଥିଲେ । ପ୍ରଧାନ ଶିକ୍ଷକ ରବିନାରାୟଣ ସାହୁ, ସୁଜିତ କୁମାର ଶତପଥି, ଦେବାଶିଷ ସାଗର ଉଭୟ ବରପୁତ୍ରଙ୍କ ଜୀବନୀ ତଥା ପରାକ୍ରମ ଉପରେ ଆଲୋକପାତ କରିଥିଲେ । ଅନେକ ଛାତ୍ରଛାତ୍ରୀ ମଧ୍ୟ ନିଜର ବକ୍ତବ୍ୟ ମାଧ୍ୟମରେ ଉଭୟ ବରପୁତ୍ରଙ୍କୁ ନିଜର ଶ୍ରଦ୍ଧାଜ୍ଞାପନ କରିଥିଲେ । ସମସ୍ତ ସହକର୍ମୀ ଯଥା ଶ୍ରୀମତି ବିଶାଖା ବାଗ, ସୀମା ବାରିକ, ସଂଗୀତା ଭୋଇ, ସଂଯୁକ୍ତା ଭୋଇ, ମୀନତି ସାହୁ, ବର୍ଷାରାଣୀ ଭୋଇ, ସୁଦାମ ନାଏକ, ଉମାକାନ୍ତ ପଧାନ ଏବଂ କୈଳାସ ଚନ୍ଦ୍ର ସେଠଙ୍କ ଉପସ୍ଥିତି ତଥା ସହଯୋଗ ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲା । ସଂସ୍କୃତ ଶିକ୍ଷକ ଅଶୋକ ମିଶ୍ର ସଭା ପରିଚାଳନା କରିବା ସହ ନିଜର ବକ୍ତବ୍ୟ ସହ କାର୍ଯ୍ୟକ୍ରମର ପରିସମାପ୍ତି କରିଥିଲେ ।

jittmm
Leave A Reply

Your email address will not be published.