ବିଜୁ ଜନତା ଦଳ ତରଫରୁ ସମାଜସେବୀ ଲଳିତ ନାୟକଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଶୈଳଶ୍ରୀ ପେଲେସ୍‌ ଠାରେ ସମାଜସେବୀ ଲଳିତ ନାୟକଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ପ୍ରଦାନ ଉଦ୍ଦେଶ୍ୟରେ ବିଜୁ ଜନତା ଦଳ ତରଫରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏହି ଶୋକସଭାରେ ସଭାପତିତ୍ୱ କରିଥିଲେ ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ । ସ୍ୱର୍ଗତ ଲଳିତ ନାୟକଙ୍କ ବହୁବିଧ ପ୍ରତିଭା ଉପରେ ସଭାପତି ତଥା ଉପସ୍ଥିତ ବିଜେଡି କର୍ମୀ ମାନେ ସ୍ମୃତିଚାରଣ କରିଥିଲେ । ଏଥିରେ ପ୍ରଦୀପ ଗୁରୁ, ଓମ୍‌କାର ନାୟକ, ଜୟରାମ ମିଶ୍ର, ରାଜେନ୍ଦ୍ର ହୋତା, ନୀହାର ସ୍ୱାଇଁ, ସନ୍ତୋଷ ଦନ୍ତ, ଗୁଞ୍ଜ ଖାନ, ପ୍ରଦୀପ ପରୁଆ, ବିଭୁତି ଭୂଷଣ ମିଶ୍ର, ଦମୟନ୍ତୀ ବାଗ, କଲ୍ପନା ସାହୁ, ମମତା ଜେନା ଓ ସରିତା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.